Sunday, October 11, 2026
Home ଆଞ୍ଚଳିକ ସି ଏମ କିସାନ ସହାୟତା ରାଶି ବଣ୍ଟନ

ସି ଏମ କିସାନ ସହାୟତା ରାଶି ବଣ୍ଟନ

24

ଧରାକୋଟ,୮/୦୯(ଜିଲ୍ଲା ଖବର) :ପବିତ୍ର ନୂଆଁଖାଇ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ରବି 2024,25 ବର୍ଷ ପାଇଁ ସି ଏମ କିସାନ ସହାୟତା ରାଶି ବଣ୍ଟନ ର ଅଭାଶି ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଧରାକୋଟ ବ୍ଲକ କନଫରେନ୍ସ ହଲରେ ବି ଡି ଓ ଡେନିସ ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି,ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା,ସହ କୃଷି ଅଧିକାରୀ ଅନିଲ ବେହେରା, ବି ପି ଏମ ପ୍ରତାପ ସ୍ଵାଇଁ ଏବଂ ଅନ୍ୟାନ୍ୟ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଜି ସି ଏମ କିସାନ ପୋର୍ଟାଲ , ପି ଏମ କିସାନ ର ସ୍ଵତନ୍ତ୍ର ଅଭିଯାନ ଓ କୃଷକ ଓଡ଼ିଶା ଉନିଫାଏଡ ପୋର୍ଟାଲ ର ଉନ୍ମୋଚନ ଏକାକୀ ଭାବେ ଘୋଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଧରାକୋଟ ବ୍ଲକର 10,707 କ୍ଷୁଦ୍ର,ମାଧ୍ୟମ ଓ ନାମମାତ୍ର ଚାଷୀ ଏବଂ 193 ଜଣ ଭୂମିହୀନ ଚାଷୀଙ୍କୁ ନୂଆଁଖାଇ ଅବସରରେ ସି ଏମ କିସାନ ସହାୟତା ରାଶି ସ୍ୱରୂପ 2000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ସଭାରେ ଏହି ସହାୟତା ରାଶି ପାଇନଥିବା କୃଷକ ମାନଙ୍କୁ ଇଉନିଫାଏଡ ପୋର୍ଟାଲ ମାଧ୍ୟମରେ ସମ୍ପୂର୍ଣ ସଠିକ ତଥ୍ୟ ସହିତ ନିକଟସ୍ଥ ଜନ ସେବା କେନ୍ଦ୍ର ରେ ଆବେଦନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି ସଭାରେରେ ସି ଏମ କିସାନ ଓ ପି ଏମ କିସାନ କୁ ସଫଳ ଭାବେ ପ୍ରାପ୍ତ କରିଥିବା ଦଶ ଜଣ ମହିଳା ଓ ପୁରୁଷ କୃଷକ ଉପସ୍ଥିତ ରହିଥିଲେ।