
ଧରାକୋଟ,୮/୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଘାଟ ସ୍ଥିତ ଗୁରୁକ୍ରୁପା ଆଶ୍ରମର 22 ତମ ପ୍ରତିଷ୍ଠା ଦିବସ ପାରମ୍ପରିକ ରୀତି ନୀତି ଅନୁଯାୟୀ ପାଳନ ହୋଇଯାଇଛି । ୠଷି ପଞ୍ଚମୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଭାତରୁ ପ୍ରାତଃ ପୂଜା ଅର୍ଚ୍ଚନା ପରେ ଧର୍ମ ସ୍ତମ୍ଭ ଧ୍ଵଜାରୋହଣ,ମା ବୃନ୍ଦାବତୀଙ୍କ ପୂଜା ଅର୍ଚ୍ଚନା, ପଞ୍ଚବଟୀ ପୂଜା ଅର୍ଚ୍ଚନା ପରେ ହୋମ କାର୍ଯ୍ୟ ସମ୍ପନ୍ନ ପରେ ଗୁରୁ ବନ୍ଦନା କରାଯାଇଥିଲା । ଏହାପରେ ଗୁରୁଦେବ ଙ୍କ ଶ୍ରୀମୁଖରୁ ଜଗତ କଲ୍ୟାଣ ପାଇଁ ନିଶୃତ ବାର୍ତା କୁ ଭକ୍ତମାନେ ଶ୍ରାବଣ କରିଥିଲେ । ଏହାପରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡା ଓ ମଛାଖାଇ ପାହାଡ଼ର ମଧ୍ୟ ଭାଗରେ ଦିବ୍ୟ ପ୍ରାକୃତିକ ଶୋଭାରାଜି ପରିପୂର୍ଣ ପରିବେଶରେ ରାମଘାଟ ଠାରେ ଗୁରୁକୃପା ଆଶ୍ରମ ରହିଛି । ଆଧ୍ୟାତ୍ମିକ ଚେତନା ସହ ଗୁରୁଦେବଙ୍କ ଜଗତ କଲ୍ୟାଣ ପାଇଁ ନିସୃତ ବାଣୀ ଭକ୍ତ ମାନଙ୍କ ମଧ୍ୟରେ ବେଶ ପ୍ରଭାବ ପକାଇଥିବା ପରିଲକ୍ଷିତ ହେଉଛି।



