ଧରାକୋଟ ରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା

30

ଧରାକୋଟ,୩/୯(ଜିଲ୍ଲା ଖବର) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଧରାକୋଟ ସ୍ଥିତ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ରେ ଗଣିତ,ବିଜ୍ଞାନ,ସାମାଜିକ ବିଜ୍ଞାନ ଓ ସାଧାରଣ ଜ୍ଞାନ ବିଷୟରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଲିଙ୍ଗରାଜ ସ୍ୱାଇଁ ଏହାର ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବରେ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି,ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ସିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ମିଳିତ ଶିକ୍ଷକ ସଂଘ ସଭାପତି ସୁକ୍ରୁ ବେହେରା, ଏସ ଏମ ସି ସଭାପତି କୈବଲ୍ୟ ଦାସ ପ୍ରମୁଖ ଉପସ୍ଥିତ ରହି ସାଂପ୍ରତିକ ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କୁ ଉଚାଭିଳାସି, ଦୂରଦୃଷ୍ଟି ସମ୍ପନ୍ନ,କର୍ତ୍ତବ୍ୟ ପରାୟଣ ହେବାପାଇଁ ପରାମର୍ଶ ଦେବା ସହ ସାଧାରଣ ଜ୍ଞାନ ର ସଠିକ ଉପଯୋଗ କିପରି ଭାବରେ କରାଯାଏ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜିର କୁଇଜ ପ୍ରତିଯୋଗିତାରେ ସବ ଜୁନିଅର ସ୍ତରରେ 102,ଜୁନିଅର ସ୍ତରରେ 51 ଓ ସି ସିନିଅର ସ୍ତରରେ 95 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସବ ଜୁନିଅର ସ୍ତରରେ ହିମାଂଶୁ ଭୂୟାଁ ପ୍ରଥମ, ସାଇ ସୁଧା ସାଂସ୍କୃତିକା ସାହୁ ଦ୍ଵିତୀୟ, ଅନନ୍ୟା ପାଣିଗ୍ରାହୀ ତୃତୀୟ,ଜୁନିଅର ସ୍ତରରେ ଆଦିତ୍ୟ ପାଢ଼ୀ ପ୍ରଥମ,ଶ୍ରାବଣୀ ପରିଡ଼ା ଦ୍ବିତୀୟ, ସ୍ବପ୍ନା ଭୂୟାଁ ତୃତୀୟ ଓ ସିନିଅର ସ୍ତରରେ ବର୍ଷା ଗୌଡ଼ ପ୍ରଥମ,ଶୁଭମ ଚୌଧୁରୀ ଦ୍ବିତୀୟ ଏବମ ରୁଦ୍ର ଗୌଡ଼ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସି ଆର ସି ସି ମାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।