Saturday, October 10, 2026
Home ଆଞ୍ଚଳିକ ବି ଜେ ପି ର ସଦସ୍ୟତା ସଂଗ୍ରହ ଅଭିଯାନ

ବି ଜେ ପି ର ସଦସ୍ୟତା ସଂଗ୍ରହ ଅଭିଯାନ

14

ଧରାକୋଟ,୩/୯(ଜିଲ୍ଲା ଖବର) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବି ଜେ ପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଧରାକୋଟ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଦସ୍ୟତା ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି। ଏଥିରେ ପ୍ରଭାରୀ ଭାବେ ଓ ବି ସି ମୋର୍ଚ୍ଚା ସଭାପତି ଗଦାଧର ସ୍ୱାଇଁ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜନହିତକର ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସୁଭଦ୍ରା ଯୋଜନାକୁ ସ୍ବାଗତ କରାଯାଇଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ଧାନର ଏମ ଏସ ପି ବୃଦ୍ଧିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଷ୍ଟ୍ରର ବିକାଶ ଏବଂ ଲୋକଙ୍କର ହିତ ପାଇଁ ବି ଜେ ପି କୁ ସୁଦୃଢ଼ କରିବାପାଇଁ ନୂତନ ସଦସ୍ୟ ସଂଗ୍ରହ ସହ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସମସ୍ତେ କାମ କରିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏଥିରେ ବରିଷ୍ଠ କର୍ମୀ ସୁନିଲ ମହାନ୍ତି,ମାନସ ନାୟକ,ମିଥୁନ ପ୍ରଧାନ,ଚିରଞ୍ଜିବୀ ରେଡ୍ଡୀ,ପ୍ରଭାକର ପ୍ରଧାନ,ଯୋଗେନ୍ଦ୍ର ଗୌଡ଼,ସୁଶାନ୍ତ ସ୍ୱାଇଁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।