Monday, October 12, 2026
Home ଆଞ୍ଚଳିକ ପିତଳ ସମ୍ବାଦ ସାହିତ୍ୟଘରର ସାଧାରଣତନ୍ତ୍ର ଦିବସ କବିତା ଆସର।

ପିତଳ ସମ୍ବାଦ ସାହିତ୍ୟଘରର ସାଧାରଣତନ୍ତ୍ର ଦିବସ କବିତା ଆସର।

90


ଆସିକା (ଜିଲ୍ଲା ଖବର): ଶକ୍ତିପୀଠ ମା’ଶ୍ୟାମଳାଇ ପୀଠରେ ପିତଳ ସମ୍ବାଦ ସାହିତ୍ୟ ଘରର ସାଧାରଣତନ୍ତ୍ର ଦିବସ କବିତା ଆସର ଆୟୋଜିତ ହୋଇଯାଇଛି । ଆବାହକ ସୁବ୍ରତ କୁମାର ପଣ୍ଡାଙ୍କ ସ୍ୱାଗତ ଭାଷଣ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଉପ ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ତାରା ତାରିଣୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଣ୍ଡା ମୁଖ୍ୟ ବକ୍ତା ସୀମାଞ୍ଚଳ ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଭାରତର ଗଣତନ୍ତ୍ର ଭାରତର ପରିଚୟ ଓ ସ୍ବାଭିମାନ ପ୍ରତ୍ୟେକ ନାଗରିକଙ୍କ ଏହା ଦାୟିତ୍ଵ ଅଟେ । କବିତା ଆସରକୁ ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ଓ ସହ ସମ୍ପାଦକ ଯୁଗଳ ଚନ୍ଦ୍ର ସାହୁ ସଂଯୋଜନା କରିଥିଲା ବେଳେ କୋଷାଧ୍ୟକ୍ଷ ରଜନୀକାନ୍ତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆସରରେ। ଶରତ ଚନ୍ଦ୍ର ପଣ୍ଡା,ପଞ୍ଚାନନ ସ୍ୱାଇଁ,ବିଜୟ ପାଢ଼ୀ, ନିତ୍ୟାନନ୍ଦ ସାହୁ, ପ୍ରମୋଦ କୁମାର ପଣ୍ଡିତ, ବୃନ୍ଦାବନ ବାଡତ୍ୟା, କାହ୍ନୁଚରଣ ଗୌଡ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଭାସ୍କର ରାଉତ, ମହେଶ୍ୱର ଗୌଡ, କିଶୋର ଚନ୍ଦ୍ର ବିଷୋୟୀ, ରତ୍ନାକର ସିଅ, ବୁଲୁ ବେହେରା ପ୍ରମୁଖ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ।

ରିପୋର୍ଟର ରତ୍ନାକର ସିଅ