ଘୋଡାପଲି ଗ୍ରାମରେ ବୃକ୍ଷ ରୋପଣ

20

ଧରାକୋଟ,୨୮/୮(ଜିଲ୍ଲା ଖବର) : ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଘୋଡାପଲି ଗ୍ରାମ୍ୟ କମିଟି ଦ୍ବାରା ଗାଁ ଚାରିପଟେ ଓ ନିକଟସ୍ଥ ବାଘୁଆ,ପଥର ପାହାଡ ପାଦ ଦେଶରେ ପ୍ରାୟ 500 ରୁ ଅଧିକ ଗଛ ଲଗାଯାଇଛି । ଗାଁ କମିଟି ସଭାପତି ଈଶ୍ୱର ନାଇକ,ଉପ ସଭାପତି ବାଳକୃଷ୍ଣ ନାଇକ,ଉପଦେଷ୍ଟା ଜିତେନ୍ଦ୍ର ନାଇକ,ୱାର୍ଡ ମେମ୍ବର ଶାନ୍ତି ନାଇକ,ଅଙ୍ଗନୱାଡ଼ି କର୍ମୀ ମାନସ ନାଇକ, ଅହଲ୍ୟା ନାଇକ ଏବଂ ସଭ୍ୟ ଟୁକୁନା ନାଇକ, ମନୋଜ ନାଇକ,କାଳିଆ ନାଇକ,ଶିବରାମ ନାଇକ ଙ୍କ ସମେତ ସମସ୍ତ ଗ୍ରାମ୍ୟ କମିଟି ସଦସ୍ୟ, ସଦସ୍ୟା ମାନଙ୍କ ସହଯୋଗରେ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପ୍ରତି ବିନା ପ୍ରତିବନ୍ଧକ ରେ ଗଛ କାଟିବା ଦ୍ଵାରା ଏହାର କୁ ପ୍ରଭାବ ଜଳବାୟୁ ଉପରେ ପଡୁଛି । ଏଣୁ ନିଜ ଗାଁ ଚାରିପଟେ ଗଛ ଲଗାଇବା ପାଇଁ ନିଷ୍ପତି ନିଆଯିବା ପରେ ଗାଁ ଚାରିପଟେ ଓ ପାଖ ପାହାଡ଼ରେ ଆମ୍ବ, ଚାକୁଣ୍ଡୀ,ନିମ୍ବ,ଆକାସି,ଗମ୍ଭାରୀ,ବଉଳ,କଦମ୍ବ ଆଦି 500 ରୁ ଅଧିକ ଗଛ ଲଗାଯାଇଛି । ଆଗାମୀ ଦିନରେ ସମ୍ପୂର୍ଣ ପାହାଡ଼ରେ ଗଛ ଲଗାଯିବାର ଯୋଜନା ରହିଥିବା କମିଟି ତରଫରୁ ସୂଚନା ମିଳିଛି ।