Sunday, October 11, 2026
Home ଆଞ୍ଚଳିକ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବୃକ୍ଷ ଚାରା ରୋପଣ

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବୃକ୍ଷ ଚାରା ରୋପଣ

13

ଭଂଜନଗର / ବେଲଗୁଣ୍ଠା, : ଆଜି ପବିତ୍ର ଶ୍ରୀ କୃଷ୍ଣ ଜନ୍ମ ବା ଜନ୍ମାଷ୍ଟମୀ। ଆଜିର ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ମାତା ଦେବକୀ ଓ ପିତା ବାସୁଦେବ ଙ୍କ କୋଳ ମଣ୍ଡନ କରି ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଥିଲେ। ସେହି ଦିନଠାରୁ ଆଜି ର ଦିନଟି ଜନ୍ମାଷ୍ଟମୀ ନାମ ରେ ଖ୍ୟାତ। ଆଜି ସାରା ଦେଶରେ କୋଣ ଅନୁକୋଣରେ ପ୍ରଭୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଧୂମଧାମରେ ପାଳନ କରାଯାଉଅଛି। ଗାଁ ଠାରୁ ସହର ଚାରିଆଡ଼େ ଚଳଚଞ୍ଚଳ ଓ କୋଳାହଳ ମୟ ପରିବେଶ। ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ହୋଇଛି ମନ୍ଦିର ଗୁଡ଼ିକ। ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମକୁ ଚାତକ ପରି ଚାହିଁ ରହିଛନ୍ତି ଭକ୍ତ ଗଣ। ଏହି ଉପଲକ୍ଷେ ଆଜି ନେଟଙ୍ଗା ସ୍ଥିତ ଶ୍ରୀ ଗୋପୀନାଥ ମନ୍ଦିରରେ ମଧ୍ୟ ପାଳନ କରାଯାଉଅଛି ପବିତ୍ର ଶ୍ରୀ କୃଷ୍ଣ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ଉତ୍ସବ।ଏହି ମହୋତ୍ସବ କୁ ଅଧିକ ସ୍ମରଣୀୟ, ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ପାଇଁ, ଏହି ଅବସରରେ ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏବଂ ପ୍ରେରଣା ରେ ନେଟଙ୍ଗା ସବୁଜ ବାହିନୀ ର ସଦସ୍ୟ ମାନେ ଅନ୍ୟାନ୍ୟ ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ଉପଲକ୍ଷେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ” ଦାରୁବ୍ରହ୍ମ ପାଇଁ ଗଛଟିଏ ” ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ ପ୍ରହଲ୍ଲାଦ ଲେଙ୍କା, କାର୍ତ୍ତିକ ନାୟକ, କ୍ରିଷ୍ଣା ଲେଙ୍କା, ସୁଧିର କୁମାର ନାୟକ, ସଂଗ୍ରାମ ଲେଙ୍କା, ଉଲା ରାଉତ, ନାରାୟଣ ନାୟକ, ରାମେଶ୍ବର ନାୟକ, ଭିକାରୀ ଚରଣ ନାୟକ, ବାସୁଦେବ ଲେଙ୍କା, ନଣ୍ଡା ବିଶ୍ଵାଳ, ରଞ୍ଜନ ନାଇକ, ଅନୀଳ ନାୟକ, ବାବୁରାମ ପାତ୍ର, ଦୀନବନ୍ଧୁ ପରିଡ଼ା, ବିଶନ୍ତ ନାଇକ, ସୂର୍ଯ୍ୟମଣି ବଳିତା, ନିରଞ୍ଜନ ଯେନା, ସତ୍ୟ ତ୍ରିପାଠୀ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।ପ୍ରକାଶ ଥାଉକି, ଗତ ବର୍ଷ ଠିକ୍ ଏହି ଦିନ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ନେଟଙ୍ଗା ସବୁଜ ବାହିନୀ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ରଥଯାତ୍ରା ଓ କାର୍ଯ୍ୟରତ ସିପାହୀ ମାଧବ ନାୟକଙ୍କ ଶୁଭ ବିବାହ ଉତ୍ସବ ଉପଲକ୍ଷେ ” ଜଗା ପାଇଁ ଗଛଟିଏ “ଓ ” ରଥ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ, ଜୁଲାଇ ମାସର ବନମହୋତ୍ସବ ପାଳନ ବେଳେ ” ମାଁ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ, ଅଗଷ୍ଟ ୧୫ ବା ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ” ଗାଁ ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଏବଂ ରାକ୍ଷୀ ପୂର୍ଣିମା ବା ଗହ୍ମାପୂର୍ଣିମା ପାଳନ ଅବସରରେ ” ଭଉଣୀ ପାଇଁ ଗଛଟିଏ ” ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ମହାଶିବରାତ୍ରି ପାଳନ ଅବସରରେ ମଧ୍ୟ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେହିପରି ରତ୍ନପୁର ସବୁଜ ବାହିନୀର ସଦସ୍ୟ ମାନେ ମଧ୍ୟ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ନେଟଙ୍ଗା ଗ୍ରାମରେ ଗଢି ଉଠିଥିବା ନେଟଙ୍ଗା ସବୁଜ ବାହିନୀ ବର୍ଷର ବିଭିନ୍ନ ପର୍ବପର୍ବାଣି, ଜାତୀୟ ଦିବସ ପାଳନ ଏବଂ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ନେଟଙ୍ଗା ସବୁଜ ବାହିନୀ ର ସଦସ୍ୟ ମାନଙ୍କ ଏହି ଜନହିତକର କାର୍ଯ୍ୟ କୁ ସବୁ ମହଲରେ ସ୍ଵାଗତ, ସମର୍ଥନ ଓ ପ୍ରଶଂସା କରାଯାଉଛି