ଧରାକୋଟ ବ୍ଲକରେ ବି ଜେ ଡି ଜନଜାଗରଣ ସୃଷ୍ଟି କାର୍ଯ୍ୟକ୍ରମ

6

ଧରାକୋଟ,୩୨୬/୮(ଜିଲ୍ଲା ଖବର) : ଧରାକୋଟ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନଜାଗରଣ କାର୍ଯ୍ୟକ୍ରମ ମାଧ୍ୟମରେ ଡବଲ ଇଞ୍ଜିନ ବି ଜେ ପି ସରକାରର ମିଛ ପ୍ରତିଶ୍ରୁତି ସମ୍ପର୍କରେ ଲୋକ ମାନଙ୍କୁ ସଚେତନତା କରାଯାଇଛି । ଏହି ଅବସରରେ ଧରାକୋଟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଜନଜାଗରଣ କାର୍ଯ୍ୟକ୍ରମ ବା ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ,ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଉପାଧ୍ୟକ୍ଷ ମନୋଜ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ଼,,ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ପୁନିଆ ଦାସ, ମଙ୍ଗୁଳୁ ପାତ୍ର,ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ମହାରଣା, ଲିଟୁ ଭୂୟାଁ,ବାବୁଲା ନାୟକ,ସମିତି ସଭ୍ୟ ଦୟାନିଧି ପ୍ରଧାନ,ପ୍ରତିନିଧି ମାନସ ରଞ୍ଜନ ଜେନା,ପୂର୍ବତନ ସରପଂଚ ଦିଲିପ ସ୍ୱାଇଁ,ପ୍ରଦୀପ ବିଶୋଇ ଙ୍କ ସମେତ ବହୁ ବି ଜେ ଡି କର୍ମୀ ସାମିଲ ହୋଇଥିଲେ। ଗତ ନିର୍ବାଚନ ରେ ବି ଜେ ପି ପକ୍ଷରୁ ସମସ୍ତ ଭତ୍ତାଧାରି ମାନଙ୍କ ମାସିକ ଭତ୍ତା 3000 ଓ 3500 ଟଙ୍କାକୁ ବୃଦ୍ଧି କରିବା,ଚାଷୀ ମାନଙ୍କୁ କ୍ଵିଣ୍ଟାଲ ପିଛା ଧାନ ରେ 3100 ଟଙ୍କା ଏମ ଏସ ପି ପ୍ରଦାନ,300 ୟୁନିଟ ମାଗଣା ବିଜୁଳି ପ୍ରଦାନ ଏବଂ ସମସ୍ତ 18 ରୁ 60 ବର୍ଷ ମହିଳା ମାନଙ୍କୁ ମାସିକ 1000 ଟଙ୍କା ପ୍ରଦାନ ନେଇ ଘୋଷଣା କରାଯାଇଥିଲା । କିନ୍ତୁ ନିର୍ବାଚନ ରେ ଜିତି ବି ଜେ ପି ସରକାର ଗଠନ କରିଥିଲେ ସୁଦ୍ଧା ପ୍ରତିଶ୍ରୁତି ପାଣିରେ ଗାର ସଦୃଶ୍ୟ ହୋଇଛି । ପ୍ରତିଶ୍ରୁତି ପାଳନ ରେ ବି ଜେ ପି ର କାଳ କ୍ଷେପଣ ନୀତି ବିରୁଦ୍ଧରେ ଜନତାଙ୍କୁ ସଚେତନ ଓ ଜାଗ୍ରତ କରାଇବା ପାଇଁ ବିଜୁ ଜନତା ଦଳର ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଜନ ଜାଗରଣ ସଚେତନ ଶୋଭାଯାତ୍ରା ଧରାକୋଟ,ଜଗମୋହନ ଓ ବାହାର ପୁର ପଞ୍ଚାୟତ ପରିକ୍ରମା କରି ସାଧାରଣ ଜନତା ଙ୍କ ସହ ବିଶେଷ କରି ବୃଦ୍ଧ, ବୃଦ୍ଧା,ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନ ଜାଗରଣ ସୃଷ୍ଟି କରିଥିଲା । ପୂର୍ବତନ ସରପଂଚ ଦିଲିପ ସ୍ୱାଇଁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।