ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ମୁଣ୍ଡମରାଇ ଶିଶୁ ମନ୍ଦିର ଛାତ୍ରୀ ବିବେଚିତ

41

ଧରାକୋଟ,୨୬/୮(ଜିଲ୍ଲା ଖବର) : ବିଜ୍ଞାନ କ୍ଷେତ୍ରରେ ନିଜର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଜ୍ଞାନ ବିଜ୍ଞାନ ମେଳା ଏକ ପ୍ରକୃଷ୍ଠ ମାଧ୍ୟମ । ସେହି କ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା କ୍ରମେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦିଗପହଣ୍ଡି ଠାରେ ଅନୁଷ୍ଠିତ ହୋଇଥିବା ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ନଅ ଗୋଟି ସଙ୍କୁଳ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସରସ୍ଵତୀ ଶିଶୁ ମନ୍ଦିରର ଷଷ୍ଠ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ସ୍ଵପ୍ନିକା ପ୍ରିୟଦର୍ଶିନୀ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ମାସ 4 ତାରିଖ ଦିନ ହେବାକୁଥିବା ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ସେ ପ୍ରତିଯୋଗୀ ଭାବରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଣୁ ଶିଶୁ ମନ୍ଦିରର ସଭାପତି ରାମକୃଷ୍ଣ ସାହୁ, ସମ୍ପାଦକ ଚିଦାନନ୍ଦ ପାତ୍ର ଙ୍କ ସମେତ ସମସ୍ତ ବିଦ୍ୟାଳୟ କମିଟି ସଦସ୍ୟ ଙ୍କ ସହ ଗୂରୁମା ଓ ଗୁରୁଜୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି । ପ୍ରକାଶ ଯୋଗ୍ୟ ତାଙ୍କ ପିତା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସଚ୍ଚିଦାନନ୍ଦ ବିଶୋଇ ଓ ମାତା ଶୁଭସ୍ରୀ ବିଶୋଇ ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ଯୋଗୁଁ ଅଞ୍ଚଳରେ ଖୁସି ସଂଚାର ହୋଇଛି।