Sunday, October 11, 2026
Home ଆଞ୍ଚଳିକ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପ୍ରଧାନ ଶିକ୍ଷକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା

24

ଧରାକୋଟ,୧୨/୦୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର କାନଗିରିଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ନିଜ କର୍ମମୟ ଜୀବନ ସାରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସନ୍ୟାସୀ ବିଶୋଇ ଙ୍କ ବିୟୋଗ ରେ ମର୍ମାହତ ହୋଇ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ,ପୂର୍ବତନ ଛାତ୍ର ଛାତ୍ରୀ ଏବଂ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ମାନଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଗତକାଲି ସନ୍ଧ୍ୟା ସମୟରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ସ୍ବର୍ଗତ ବିଶୋଇ ସାର ଜଣେ କର୍ମଠ, ନିର୍ଭୀକ, ଛାତ୍ର ବତ୍ସଳ ଓ ମିଷ୍ଟଭାଷୀ ଶିକ୍ଷକ ଥିଲେ । କାନଗିରିଡୀ ବିଦ୍ୟାଳୟର ଶିକ୍ଷାର ମାନବୃଦ୍ଧି ରେ ତାଙ୍କ ଅବଦାନ ଅତୁଳନୀୟ ଥିଲା । ସେ ନିକଟସ୍ଥ ବେଠୁଆର ଗ୍ରାମର ବାସିନ୍ଦା ସହ ଜଣେ ନିର୍ଭୀକ ସଂଗଠକ ଭାବରେ ତାଙ୍କର ବେଶ ଖ୍ୟାତି ରହିଥିଲା । ଏଣୁ ଶୋକ ସଭାରେ ତାଙ୍କର ଆମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ସମସ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ କାନଗିରିଡି ଗ୍ରାମ ପରିକ୍ରମା କରିଥିଲେ ।