
ଆସିକା,୧୧/୦୯ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପଲ୍ଲୀ ବିକାଶ’ ପୋଡଙ୍ଗି ତରଫରୁ ପଲ୍ଲୀ ଭବନ ପ୍ରାଙ୍ଗଣରେ “ମାଗଣାସ୍ବାସ୍ଥ୍ୟ ଚିକିତ୍ସା ଶିବିର”ର ଆୟୋଜନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡା ଶ୍ୟାମଘନ ବିଶ୍ବାଳ,ଅବସର ପ୍ରାପ୍ତ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗ, ତଥା ଶିଶୁ ଚିକିତ୍ସକ ଓ ବିଶେଷଜ୍ଞ ଉଦ୍ଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଡା ପ୍ରଶାନ୍ତ ପତି, ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ହୋମିଓପ୍ୟାଥିମହାବିଦ୍ୟାଳୟ, ବ୍ରହ୍ମପୁର ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ଶ୍ରୀ ଗଣେଶ ଭଣ୍ଡାରଔଷଧାଳୟର ଉଦ୍ୟୋକ୍ତା ସୀତାକାନ୍ତ ପାତ୍ରଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଟା କିରଣ କୁମାରପାଢୀ, ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ସ୍ବାସ୍ଥ୍ୟର ଯତ୍ନ ସମ୍ବନ୍ଧୀୟ ପରାମର୍ଶପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଫାର୍ମାସିଷ୍ଟ ଭାବେ ସର୍ବଶ୍ରୀ କୁଶ ମହାରଣା, ଜିତେନ୍ଦ୍ର ଦଳାଇ,ସମ୍ବିତ୍ କୁମାର ସାବତ, ସାନ୍ତନୁ କୁମାର ସାବତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରାୟ ୨୦୦ରୁ ଉର୍ଦ୍ଧ୍ବରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଫାର୍ମାସିଷ୍ଟମାନଙ୍କ ତତ୍ତ୍ବାବଧାନରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱବୟସ୍କ ବ୍ୟକ୍ତିଙ୍କର ମଧୁମେହ ରୋଗର ପରୀକ୍ଷା କରାଯାଇଥିଲା ।

ପୋଡଙ୍ଗି ତଥା ଆଖ ପାଖ ଗ୍ରାମଯଥା ବୁରୁପଡା, ବି ନୂଆଁପଲ୍ଲୀ, ରାମଚନ୍ଦ୍ରପୁର, ଶ୍ୟାମଳାଇ ନୂଆଁ ବୁରୁପଡା ଗ୍ରାମରଗ୍ରାମବାସୀମାନେ ଉକ୍ତ ସ୍ବାସ୍ଥ୍ୟ ଶିବିରକୁ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉକ୍ତକାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ଚିନ୍ତାମଣୀ ବେହେରା ଓ ସମ୍ପାଦକ ସଞ୍ଜୟ କୁମାର ପୂଣ୍ଡାପ୍ରମୁଖ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ବେହେରା, ସହ ସଂଯୋଜକଜନାର୍ଦ୍ଦନ ପାଢୀଙ୍କ ସମେତ ସର୍ବଶ୍ରୀ ଚିନ୍ମୟ ଗୌଡ, କାହ୍ନା ବିଷୋୟୀ, ଦିପକ ବେହେରା, ଚିନ୍ମୟବେହେରା, ବିନୋଦ ଗୌଡ, କିଶୋର ବେହେରା, ବିଚିତ୍ର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗକରିଥିଲେ । ସମାଜସେବୀ କେ ଦୀପକ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ସାହୁ, ରୂପେଷ ରାଓ ଏବଂପ୍ରତୀକ ଆଚାରୀ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହାୟତା ପ୍ରଦାନ କରିଥିବା ବେଳେ ପରିଶେଷରେଅନୁଷ୍ଠାନର ସକ୍ରିୟ ସଦସ୍ୟ ଡା ହରିବନ୍ଧୁ ନାୟକ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମ ସମାପନଘୋଷଣା କରିଥିଲେ ।




