
ଧରାକୋଟ,୧୦/୯(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୱାଇ ଆର ସି ବା ଯୁବ ରେଡକ୍ରସ ୟୁନିଟ ତରଫରୁ ଫାଲେରିଆ ନିରାକରଣ ଅଭିଯାନ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଅଧ୍ୟକ୍ଷତା କରି ଫାଲେରିଆ ନିରାକରଣ ଅଭିଯାନ ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ୱାଈ ଆର ସି ର ପରାମର୍ଶଦାତା ଅଧ୍ୟାପକ ବଳରାମ ସ୍ୱାଇଁ ଏହାର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ର ପଦାଧିକାରୀ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗଦେଇ ଫାଲେରିଆ ନିରାକରଣ ଅଭିଯାନ ର ଅଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ । ଏଥିରେ 400 ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।




