
ଧରାକୋଟ,୭/୦୮(ଜିଲ୍ଲା ଖବର) : ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀ ଧରାକୋଟ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଉପ ଜିଲ୍ଲାପାଳ ବିଶ୍ଵ ରଞ୍ଜନ କହଁର ,ସହକାରୀ ଜିଲ୍ଲାପାଳ ଅମିତ ରଞ୍ଜନ ହୋତା ଓ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଉପସ୍ଥିତିରେ ବିଭିନ୍ନ ରାଜସ୍ବ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନଥିପତ୍ର ତନଖି କରଣ ସହ ସତ୍ଵ ପରିବର୍ତ୍ତନ, ଖାତା ଖତିଆନ ଯାଞ୍ଚ, ସଲତମାମି ସମୀକ୍ଷା, ସୈରାତ ଉତ୍ସର ସମୀକ୍ଷା କରିଛନ୍ତି। ଧରାକୋଟ ରାଜସ୍ବ ସର୍କଲ ଅନ୍ତର୍ଗତ ଛଅ ଗୋଟି ସୈରାତ ଉତ୍ସ ସମ୍ପ୍ରତି ଖଣି ବିଭଗ କୁ ହସ୍ତାନ୍ତର ହୋଇଥିବା ବେଳେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କୋର୍ଟ ଜମି ହସ୍ତାନ୍ତର ବାବଦରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ପଚାରି ବୁଝିଥିଲେ। ଏହି ସମୀକ୍ଷା ବୈଠକରେ ରାଜସ୍ବ ପରିଦର୍ଶକ ସୁଜ୍ଞାନୀ ବେହେରା, ରାଜସ୍ବ ନୀରିକ୍ଷକ ଯଜ୍ଞ ନାରାୟଣ ନାୟକ,ଅତିରିକ୍ତ ରାଜସ୍ବ ନୀରିକ୍ଷକ ରାଜେଶ ବଳ,ଅମିନ ନିରଞ୍ଜନ ଶବର , ଦେବୀ ପ୍ରସାଦ ନାହାକ ଓ ରଜେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।



