Monday, October 12, 2026
Home ଆଞ୍ଚଳିକ ସାମାଜିକ ସମୀକ୍ଷା ସହଯୋଗୀ ଦଳର ତାଲିମ ଶିବିର

ସାମାଜିକ ସମୀକ୍ଷା ସହଯୋଗୀ ଦଳର ତାଲିମ ଶିବିର

135

ଧରାକୋଟ,,୭/୮(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ସାମାଜିକ ସୁରକ୍ଷା ସହଯୋଗୀ ଦଳର ଦୁଇ ଦିନିଆ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମିଳିତ ପରିଚାଳନା ଓ ବି ଇ ଓ ଲିଙ୍ଗରାଜ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ଶିବିରରେ ଏ ବି ଡି ଓ ସୁଶିଲ ପଟ୍ଟନାୟକ,ଡାକ୍ତର ସଚ୍ଚିଦାନନ୍ଦ ବିଶୋଇ,କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ସୀମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ବ୍ଲକ କେସିଅର ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗର ଉପଲବ୍ଧ ସରକାରୀ ସୁବିଧା ସୁଯୋଗ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସ୍ତରର ମୁଖ୍ୟ ତାଲିମଦାତା ଡକ୍ଟର ରବୀନ୍ଦ୍ର କୁମାର ମଲାଣ ଓ ଆସିକା ବ୍ଲକ ଏସ ସି ଓ ପ୍ରମିତା କୁମାରୀ ନାୟକ ପ୍ରମୁଖ ବିଦ୍ୟାଳୟକୁ ଆସୁଥିବା ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ର ସୁବିନିଯୋଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ତାଲିମଦାତା ମାନେ ରାଜ୍ୟ ସରକାର ଶିକ୍ଷା ବିଭାଗ କୁ ପ୍ରଦାନ କରୁଥିବା ସମଗ୍ର ଅନୁଦାନ, ମଧ୍ୟାହ୍ନ ଭୋଜନ,ୟୁନିଫର୍ମ,ବିଦ୍ୟାଳୟ ନିରାପତ୍ତା,ଖେଳ ସାମଗ୍ରୀ, ସାଲା ସିଦ୍ଧି,ବିଦ୍ୟାଳୟ ପରିଚାଳନା ତାଲିମ, ଇକୋକ୍ଲବ,ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ପି ଏଲ ଏନ ଗ୍ରାଣ୍ଟ, ଗପଶୁଣିବା ଓ ଗପ କହିବା,ଗୋଷ୍ଠୀ ଗତ ପରିଚାଳନା ସମ୍ପର୍କରେ ଉପସ୍ଥିତ 185 ଜଣଙ୍କୁ ତାଲିମ ପ୍ରଦାନ କରି ବିଦ୍ୟାଳୟ ସ୍ତରର ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଶିବିରରେ ସ୍ବାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ, ପ୍ରତିରକ୍ଷା ବିଭାଗ ର ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସ୍ବେଚ୍ଛାସେବୀ ମାନେ ଯୋଗଦେଇଥିଲେ । ସମ୍ବଳ ଶିକ୍ଷକ ଭାସ୍କର ବାଡତ୍ୟା ଓ ରାଜେନ୍ଦ୍ର ମହାନ୍ତି ସହଯୋଗ ପ୍ରଦାନ କରିଥିଲେ।