Sunday, October 11, 2026
Home ଆଞ୍ଚଳିକ ଭଂଜନଗର ତହସିଲଦାର ଙ୍କ ଦ୍ଵାରା ବିଦ୍ୟାଳୟ ମାନଙ୍କୁ ପଟ୍ଟା ବଣ୍ଟନ

ଭଂଜନଗର ତହସିଲଦାର ଙ୍କ ଦ୍ଵାରା ବିଦ୍ୟାଳୟ ମାନଙ୍କୁ ପଟ୍ଟା ବଣ୍ଟନ

123

ଭଂଜନଗର, ୬ ଅଗଷ୍ଟ(ଜିଲ୍ଲା ଖବର) : ଆଜି ଭଂଜନଗର ସହରରେ ଅବସ୍ଥିତ ଘୁମୁସର ତହସିଲଦାର ଶ୍ରୀ ଉମା ଶଙ୍କର ବେହେରାଙ୍କ ଦ୍ଵାରା ଭଂଜନଗର ବ୍ଳକ ର ୧୦ଟି ବିଦ୍ୟାଳୟ କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଭଂଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟଙ୍କ ଉପସ୍ଥିତିରେ ଭଂଜନଗର ବ୍ଳକର ଭାଲିଆଖାଇ ୟୁପିଏସ୍, ଧନଞ୍ଜୟ ନଗର ପିଏସ୍, କୁଲାଡ ଏନୟୁପିଏସ୍, ହରିଗଡ ନୂଆପଲ୍ଲୀ ପିଏସ୍, ବିଲେଇ ସାହି ପିଏସ୍, ହରିଗଡ ପିଏସ୍, ଗୋଳାବନ୍ଧ ପିଏସ୍, ଗଜାପଦର ପିଏସ୍, ତିନିଛକିଆ ପିଏସ୍ ଓ ଗାଲେରୀ ଏକ୍ସ୍ ବୋର୍ଡ଼ ୟୁପିଏସ୍ କୁ ପଟ୍ଟା ( ROR ) ବଣ୍ଟନ କରାଯାଇଥିଲା। ବାକି ରହିଥିବା ଅନ୍ୟ ବିଦ୍ୟାଳୟ ମାନଙ୍କୁ ଅତି ଶିଘ୍ର ପଟ୍ଟା ଯୋଗାଇ ଦେବାକୁ ବନ୍ଦୋବସ୍ତ କରାଯାଉଥିବା ଘୁମୁସର ତହସିଲଦାର କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।