Tuesday, October 13, 2026
Home ଆଞ୍ଚଳିକ ପ୍ରାଣୀ ଧନ ଚିକିତ୍ସା ସୁଧୁରିବ!

ପ୍ରାଣୀ ଧନ ଚିକିତ୍ସା ସୁଧୁରିବ!

46

ବ୍ରହ୍ମପୁର,(ଜିଲ୍ଲା ଖବର) : ପଶୁ ସମ୍ପଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେଉଥିଲେ ନିରୀହ ପଶୁପକ୍ଷୀ। ଏହାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିଲା।
ପଶୁପକ୍ଷୀଙ୍କ ଉତ୍ତମ ଚିକିତ୍ସାକୁ ଦୃଷ୍ଟରେ ରଖି ସରକାର ୨୦୨୨ ମସିଆରେ ଟେଣ୍ଡର ମାଧ୍ୟମରେ ଏକ ବିଜ୍ଞପ୍ତି ଜାରି କରି ଏହାର ସୁପରିଚାଳନା ତଥା ସମୟୋପଯୋଗୀ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ହାଇଦ୍ରାବାଦ ସ୍ଥିତ (ଜି.ଭି.କେ) ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା।
ଏହି କାର୍ଯ୍ୟପାଇଁ ଦୁଇଟି ସଂସ୍ଥାକୁ ପୃଥକ ପୃଥକ ଭାବେ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଦାୟିତ୍ୱ ଦିଆଯାଇଥ‌ିଲା।
ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସକାଳ ୬ଟା ଠାରୁ ରାତ୍ରି ୧୦ଘଣ୍ଟା ପର୍ଯ୍ୟନ୍ତ ପଶୁପକ୍ଷୀଙ୍କ ଭ୍ରାମ୍ୟମାଣ ଚିକିତ୍ସା କରିବା ନିୟମ ରହିଥିଲା । ସକାଳ ୬ଘଣ୍ଟା ଠାରୁ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୨ଘଣ୍ଟା ଠାରୁ ରାତ୍ରି ୧୦ଘଣ୍ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟର ସମୟ ସୀମା ରହିଥିଲା । ପ୍ରତ୍ୟେକ ସିସ୍ଟରେ ଆମ୍ବୁଲାନ୍ସରେ ଜଣେ ଲେଖାଏଁ ପ୍ରାଣୀଚିକିତ୍ସକ, ଏଲଆଇ ଓ ଆଟେଣ୍ଡାଣ୍ଟ ରହିବା କଥା । ତେବେ ଏହି ଆମ୍ବୁଲାନ୍ସ ଦାୟିତ୍ୱରେ ଥ‌ିବା ଠିକାସଂସ୍ଥା ପକ୍ଷରୁ ଆରମ୍ଭରୁ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯାଉନାହିଁ। ଫଳରେ ଆହତ ବା ଅସୁସ୍ଥ ପଶୁପକ୍ଷୀଙ୍କ ନିକଟକୁ ସଠିକ ସମୟରେ ଆମ୍ବୁଲାନ୍ସ ସେବା ପହଁଞ୍ଚିବା ସମ୍ଭବପର ହେଉନଥିଲା ।
ଅନେକ ସମୟ ଆମ୍ବୁଲାନ୍ସ ସେବା ପାଇଁ ଜାରି ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ ହେଉନଥ‌ିବା ବେଳେ କର୍ମଚାରୀଙ୍କ ଅଭାବରୁ ବିଭିନ୍ନ ସ୍ଥାନରେ ତଥା ସଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବା ଏବଂ ଉପଯୁକ୍ତ ଚିକିତ୍ସା ନପାଇ ନିରୀହ ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁ ଘଟୁଥିବା ଦେଖା ଦେଇଥିଲା ।
କିନ୍ତୁ ଉକ୍ତ ସଂସ୍ଥା କୈାଣସି ଜରୁରୀ ସେବା କରିବା ପରିବର୍ତ୍ତେ ବହୁବାର ଫୋନ୍ କଲେ ମଧ୍ୟ ଫୋନ୍ ଉଠାଉନଥିଲା ଓ କର୍ଣ୍ଣପାତ କରୁନଥିଲା। ଫଳରେ ଶତାଧିକ ପଶୁ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ି ମୃତ୍ୟୁବରଣ କରୁଥଲେ।
ଏହାକୁ ନେଇ ପଶୁପ୍ରେମୀଙ୍କ ସମେତ ଜିଲ୍ଲା ଏସ.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଶ୍ରୀ ସାହୁ ଏ ବିଷୟ ନେଇ ଅବଗତ ଥିବା ଏବଂ ଚୁକ୍ତିନାମା ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଥିଲେ।
ପୂର୍ବରୁ ପଶୁ ଚିକିତ୍ସା ପକ୍ଷରୁ ଯେପରି ସେବା ପ୍ରଦାନ ହେଉଥିଲା ସେହିପରି ଚାଲିବ ବୋଲି ସେ ପ୍ରକାଶ କରିଥିଲେ ।