Sunday, October 11, 2026
Home ଆଞ୍ଚଳିକ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ପଦକ ହାସଲ

କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ପଦକ ହାସଲ

7

ଭୂବନେଶ୍ୱର,(ଜିଲ୍ଲା ଖବର) : ଚଳିତ ମାସ ଜୁଲାଇ ୨୭ ଓ ୨୮ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ୧୭ତମ କିରୋଗୀ ଓ ୯ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି.ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡିଶା ଆଥଲେଟିକ ସଙ୍ଘର କୋଷାଧକ୍ଷ ଶ୍ରୀ ରବି ଶଙ୍କର ପ୍ରତିହାରୀ,ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ ମହାପାତ୍ର, ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଅତିଥି ଭାବେ ପ୍ରତିଯୋଗିତାରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ.ଏହି ପ୍ରତିଯୋଗିତାରେ ପୁରୀ ଜିଲାରୁ ୧୧ ଟ୍ରେନିଂ ସେଣ୍ଟରରୁ ୩୦୦ ଜଣ ପ୍ରତିଯୋଗୀ ଉଭୟ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ.ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ୧୩ ଜଣ ଛାତ୍ରଛାତ୍ରୀ ଭାଗନେଇ ୧୩ ଜଣ ପଦକ ସହ ସଫଳତା ହାସଲ କରିଥିବା ଜଣାପଡ଼ିଛି । ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ କୋଚ୍ କେ ଶଙ୍କର ରେଡ୍ଡୀଙ୍କ ନେତୃତ୍ଵରେ ଉଚ୍ଚକୋଟିର ପ୍ରଶିକ୍ଷଣ ପାଇ ଏହି ପ୍ରତିଯୋଗିତାରେ ପୁରୀ ଅଞ୍ଚଳର ସଫଳତା ପାଇଥିବା ୧୩ ଜଣଙ୍କ ମଧ୍ୟରୁ ୫ଜଣ କେ ମେଘନା ରେଡ୍ଡୀ , କେ କନ୍ୟନା ରେଡ୍ଡୀ , ଭିରାଟ କୁମାର ଗୋଛାୟତ , ଡ଼ି ରାଜେଶ୍ଵରୀ ରେଡ୍ଡୀ ଓ ଶ୍ରୀୟାଂସି ଭୋଇ ସ୍ଵର୍ଣ୍ଣପଦକ ପାଇଥିଲାବେଳେ ୩ଜଣ ଓମ୍ ସାଇ ମହାପାତ୍ର , ଦେବିସ୍ମିତା ଶାସମଲ୍ ଓ ଧୈର୍ୟ ଅଗରୱାଲ ରୌପ୍ୟପଦକ ପାଇଥିଲେ। ସେହିପରି ୫ଜଣ ଅଭିମନ୍ୟୁ ଲେଙ୍କା , ଆର୍ ଜୟସନ୍ ରେଡ୍ଡୀ , ଶୁଭସ୍ମିତା ଶାସମଲ୍ , ଆକାଂକ୍ଷ୍ୟା ପଲେଇ ଓ ସ୍ୱାଧୀନ ବଡ଼ରଇତ ବ୍ରୋଞ୍ଜପଦକ ପାଇଥିଲେ। ଏହିପରି ସମୁଦାୟ କିରୋଗୀ ଇଭେଣ୍ଟ ରେ ୫ଟି ସ୍ଵର୍ଣ୍ଣପଦକ , ୩ଟି ରୌପ୍ୟପଦକ ଓ ୪ଟି ବ୍ରୋଞ୍ଜ ପଦକ ଏବଂ ପୁମସି ଇଭେଣ୍ଟ ରେ ୨ଟି ରୌପ୍ୟପଦକ ଓ ୭ଟି ବ୍ରୋଞ୍ଜ ପଦକ ହାସଲ କରି ପୁରୀ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣପଦକ ହାସଲ କରିଥିବା କ୍ରୀଡ଼ାବିତମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସିଧାସଳଖ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ମିଳିଛି । ପୁରୀ କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତାକୁ ନେଇ ପୁରୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ.ଜିଲ୍ଲା ସଙ୍ଘର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତା ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।