
ଆସିକା (ଜିଲ୍ଲା ଖବର): ବିଶ୍ଵବ୍ୟାଙ୍କ ପ୍ରଯୋଜିତ OHEPEE କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ କ୍ୟାରିୟର କାଉନସେଲିଂ ଆଜି ଅର୍ଥାତ୍ ୨୫.୦୧.୨୦୨୦ ପୂର୍ବାହ୍ନ ୧୧ ଘଣ୍ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଘଣ୍ଟା ସମୟରେ ଉଦଯାପିତ ହୋଇଯାଇଛି। ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦୂର୍ଗାପ୍ରସାଦ ରଥଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ସହ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ତିନୋଟି ଅଧିବେଶନରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ସଂଯୋଜକ ଶ୍ରୀ କାମେଶ୍ ଚିରୁକୁଲା ଛାତ୍ରଛାତ୍ରୀ ମାନଙ୍କ ଯୋଗାଯୋଗର ବିଭିନ୍ନ କୌଶଳ ଉପରେ ଶିକ୍ଷାଦାନ କରିଥିବା ବେଳେ ଦ୍ୱିତୀୟ ଅଧିବେଶନ ରେ ଫୁଲବାଣୀ ଜିଲ୍ଲା ଜି.ଏସ୍.ଟି ଉପଆୟୁକ୍ତ ଶ୍ରୀ ବିଭୁଦତ୍ତ ଆଚାରୀ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ କୌଶଳ ଓ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ଶେଷ ଅଧିବେଶନରେ ଟେକ୍ନିକାଲ ହାଇସ୍କୁଲ, ଆସ୍କା ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସରକାରୀ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ଶ୍ରୀ ଯୁଧିଷ୍ଟିର ଦୋରା ସାକ୍ଷାତକାର ଓ ଗ୍ରୁପ୍ ଡିସକସନ୍ ର ଇଂରାଜୀ ଭାଷାର କଥନ ଓ ଲେଖନୀ ଶୈଳୀ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ଆବାହକ ଶ୍ରୀ ବିଜୟ କୁମାର ସିଂ ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଓ ଆଇ ଡି.ପି ସଂଯୋଜକ ଶ୍ରୀ ବିଘ୍ନରାଜ ପାଢ଼ୀ ଉପ ସଂଯୋଜିକା ସୁଶ୍ରୀ ବନଶ୍ରୀ ମହାନ୍ତି, ଅଧ୍ୟାପକ ସରୋଜ କୁମାର ପଣ୍ଡା ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଟି ସୁନ୍ଦର ଭାବେ ପରିଚାଳିତ ହୋଇଥିଲା । ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାଶ ପ୍ରଶିକ୍ଷକ ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହି ଏହି କାଉନସେଲିଂ ର ଲାଭ ନେଇଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର




