Tuesday, October 13, 2026
Home ଆଞ୍ଚଳିକ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି ନଳକୂଅ

ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି ନଳକୂଅ

35

ଧରାକୋଟ,୨୪/୦୭(ଜିଲ୍ଲା ଖବର) : ଛୋଟ ବେଳୁ ପିଲାମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ନଳ କୁଅ ର ପାଣି ପିଇବ ନୀତି ଛାଣୀ। ଦ୍ବିତୀୟତଃ ସ୍ୱଚ୍ଛ ପରିବେଶ ବା ପରିବେଶରେ ସ୍ବଚ୍ଛତା ପାଇଁ ସରକାରଙ୍କ ତରଫରୁ ଗାଁ ଠୁ ସହର ସବୁଠି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିପାଇଁ ସରକାରୀ ତହବିଲ ରୁ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା। ହେଲେ ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ତର୍ଜମାର ବିଷୟ । କେଉଁ ଅପହଞ୍ଚ ଇଲାକା ନୁହଁ ଖୋଦ ଧରାକୋଟ ବ୍ଲକ ସଦରମହକୁମା ମଝିରେ ଥିବା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ସାମନାରେ ଥିବା ନଳକୂଅ ର ସ୍ଥିତାବସ୍ଥା ଦେଖିଲେ ଭାତ ହାଣ୍ଡିରୁ ଗୋଟିଏ ଭଳି ମନେହେଉଛି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଏହି ନଳକୂଅ ରହିଛି । ଅନା ବନା ଘାସ ଲତା ଏହାର ଚରିପଟରେ ବେଢ଼ି ରହିଥିବା ବେଳେ ନିକଟରେ ହୋଟେଲ ଓ ଚାହା ଦୋକାନର ପରିତ୍ୟକ୍ତ ବଳକା ସାମଗ୍ରୀ ସବୁ ପଡୁଛି । ଏହି ନଳକୂଅ ରୁ ବୋର୍ଡ ସ୍କୁଲ,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟଳୟ ନିଜ ବ୍ୟବହାର ପାଇଁ ପାଣି ନିଅନ୍ତି। ରାସ୍ତାରେ ଯାତାୟାତ କରୁଥିବା ବାଟୋଇ ମାନେ ମଧ୍ୟ ନଳକୂଅ ରୁ ପାଣି ପିଅନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏଥିପ୍ରତି ନା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନା ପଞ୍ଚାୟତ ନା ଅଙ୍ଗନୱାଡ଼ି କର୍ମୀ ନା ଗାଁ କଲ୍ୟାଣ ସମିତି କାହାରି ନିଘା ନାହିଁ। ସତେ ଯେମିତି ଲାଗୁଛି ସମସ୍ତେ ନିଜ ନିଜ କର୍ତ୍ତବ୍ୟ ଭୁଲିଯାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏଣୁ ଡେଙ୍ଗୁ,ହଇଜା ଭଳି ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଶ୍ଚର୍ଯ୍ୟର କଥା ଧରାକୋଟ ବଜାର ଠାରୁ ମାତ୍ର ଦୁଇ ଶହ ଫୁଟ ଦୂରରେ ଏବଂ ବଜାର ରୁ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ମୁଖ୍ୟରାସ୍ତା କଡ଼ରେ ଏହି ନଳକୂଅ ରହିଥିଲେ ମଧ୍ୟ ସଚେତନତା ର ବାର୍ତ୍ତା ବାଣ୍ଟି ଚାଲିଥିବା ବାବୁ ମାନଙ୍କ ଏହା ଉପରେ ନଜର ନ ପଡ଼ିବା ଦୁର୍ଭାଗ୍ୟର କଥା।