
ଧରାକୋଟ,୨୩/୦୭(ଜିଲ୍ଲା ଖବର) : ଧରାକୋଟ ବ୍ଲକ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା ଆଗରେ ବର୍ଷା ପାଣି ଜମି ରହିଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟ ଆଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଧରାକୋଟ ହରିପୁର ରାସ୍ତା ଯାଇଛି । କିନ୍ତୁ ଆଦର୍ଶ ବିଦ୍ୟାଳୟ ଆଗରେ ଡ୍ରେନ ନଥିବା ଯୋଗୁଁ ବିଦ୍ୟାଳୟ ଭିତର ଓ ବାହାର ପଟର ବର୍ଷା ପାଣି ଜମି ରହିଛି । ଏଣୁ ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ର, ଛାତ୍ରୀ ମାନେ କାଦୁଅ ପାଣିରେ ବିଦ୍ୟାଳୟ ଭିତରକୁ ଯିବା ଆସିବା କରୁଛନ୍ତି । ଏହା ମଧ୍ୟରେ ପାଣି ଭିତରେ ମୋରମ ପକାଇ ଏକ ଫୁଟର ଅସ୍ଥାୟୀ ରାସ୍ତା ତିଆରି କରାଯାଇଛି । ଛାତ୍ର ଛାତ୍ରୀ ମାନେ ଏହି ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରିବା ବେଳେ ଭାରସାମ୍ୟ ହରାଇ ପଡ଼ି କାଦୁଅ ସରସର ହୋଇ ବିଦ୍ୟାଳୟ କୁ ଯାଇଛନ୍ତି । ଏଣୁ ଆଦର୍ଶ ବିଦ୍ୟାଳୟ ଆଗରେ ବର୍ଷା ପାଣି ନ ଜମିବା ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି ।



