Tuesday, October 13, 2026
Home ଆଞ୍ଚଳିକ ମୁଣ୍ଡମରାଇ କଲେଜ ରେ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା

ମୁଣ୍ଡମରାଇ କଲେଜ ରେ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା

13

ଧରାକୋଟ,୧୯/୦୭(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଦାରୁ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ବିଦ୍ୟାଳୟ ପରିସରରେ 5t କାର୍ଯ୍ୟର ନୂତନ ଗୃହ ନିର୍ମାଣ ସମୟରେ ବହୁ ବର୍ଷ ପୂର୍ବରୁ ରହିଥିବା ଏକ ନିମ୍ବ ବୃକ୍ଷ କୁ କରାଯାଇଥିଲା । ସଂପୃକ୍ତ ବୃକ୍ଷର ଗଣ୍ଡିକୁ ନଷ୍ଟ ନକରି ଏଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ବିଗ୍ରହ ନିର୍ମାଣ କରିବା ପାଇଁ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ପ୍ରସ୍ତାବ ଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କର୍ମଚାରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଧରାକୋଟ ଗଡର ଚିତ୍ର ଶିଳ୍ପୀ କାଳିଆ ମହାପାତ୍ର ତିନି ଫୁଟ ଉଚ୍ଚ ଓ ଦୁଇ ଫୁଟ ଚଉଡ଼ା ର ଏକ ଜଗନ୍ନାଥଙ୍କ ଦାରୁ ବିଗ୍ରହ ନିର୍ମାଣ କରିବା ପରେ ଗୁଣ୍ଡିଚା ଓ ବାହୁଡା଼ ଯାତ୍ରା ମଧ୍ୟ ସମୟରେ ସୁଭଲଗ୍ନ ଦେଖି ପୁରୋହିତ ପବିତ୍ର କୁମାର ମିଶ୍ର ଙ୍କ ଦ୍ଵାରା ବେଦ ପାଠ ଓ ହୋମ ଯଜ୍ଞ କରାଯାଇ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ରେ ବିଗ୍ରହ ଙ୍କୁ ସ୍ଥାପନ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।