ଖତ ଖାଉଛି ଯୋଗାଣ ବିଭାଗ ର ଚାଉଳ ଗୋଦାମ

3

ଧରାକୋଟ,୧୯/୦୭(ଜିଲ୍ଲା ଖବର) : ଧରାକୋଟ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଖାଦ୍ୟ ପାଇଁ କାମ ଯୋଜନାରେ ଆସୁଥିବା ଚାଉଳ ଗଚ୍ଛିତ ରଖିବା ପାଇଁ ନିକଟସ୍ଥ ଜାନିବିଲି ଠାରେ ରାଜ୍ୟ ଯୋଗାଣ ନିଗମ ତରଫରୁ ଏକ ଗୋଦାମ ଘର ନିର୍ମାଣ କରାଯାଇଥିଲା । ରାଜ୍ୟ ସରକାର ଖାଦ୍ୟ ପାଇଁ କାମ ଯୋଜନା ବନ୍ଦ କରିବା ପରେ କିଛିଦିନ ଯୋଗାଣ ବିଭାଗ ତରଫରୁ ଏହାକୁ ବ୍ୟବହାର କରାଯାଉଥିଲା । ସଂପ୍ରତି ଚାଷୀଙ୍କ ଠାରୁ ସଂଗୃହିତ ଧାନ ମଣ୍ଡି ଓ ମିଲର ପାଖକୁ ଯିବାପରେ ମିଲ ରୁ ଚାଉଳ ସିଧା ଏଫ୍ ସି ଆଇ କୁ ଚୁକ୍ତି ମୁତାବକ ଯୋଗାଣ ହେଉଛି । ଯାହା ଫଳରେ ଏହି ଗୋଦାମ ଅଲୋଡ଼ା ହୋଇଗଲା । ସଂପ୍ରତି ଏହା ସରୀସୃପ ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଦାମ ଏବେ ପରିତ୍ୟକ୍ତ ଅବସ୍ଥା ରେ ରହିଛି । ଏଣୁ ସରକାର ଏ ଦିଗରେ ପଦକ୍ଷେପ ନେଇ ତୁରନ୍ତ ଏହାକୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଦାବି ହେଉଛି।