
ଧରାକୋଟ,୧୮/୦୭(ଜିଲ୍ଲା ଖବର) : ଧରାକୋଟ ଗଡର ପ୍ରସିଦ୍ଧ ବାହୁଡା଼ ଯାତ୍ରା ଗୁରୁବାର ଦିନ ଶେଷ ହୋଇଛି । ଅଧା ରାସ୍ତାରେ ଅଟକି ରହିଥିବା ରଥକୁ ଶ୍ରଦ୍ଧାଳୁ ମାନେ ଟାଣିଆଣି ମାଉସୀ ମା ମନ୍ଦିର ନିକଟରେ ପହଁଚାଇବା ପରେ ମାଉସୀ ଘର ତରଫରୁ ତିନି ଭାଇ ଭଉଣୀ ଙ୍କୁ ପୋଡପିଠା ଖାଇବା ପାଇଁ ଦିଆଯାଇଥିଲା । ଏହା ପରେ ମା ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ସହ ଠାକୁର ମାନଙ୍କ ଭେଟ ହୋଇଥିଲା। ନିଜ ମନ୍ଦିରକୁ ଆସିବା ପାଇଁ ମା ଲକ୍ଷ୍ମୀ ନିମନ୍ତ୍ରଣ କରିବା ପରେ ଭକ୍ତ ମାନେ ରଥ ଟାଣି ମନ୍ଦିର ସମ୍ମୁଖକୁ ଆଣିଥିଲେ । ମନ୍ଦିର ଆଗରେ ରଥ ପହଞ୍ଚିବା ପରେ ଠାକୁର ମାନଙ୍କୁ ସନ୍ଧ୍ୟା ଆଳତି ପ୍ରଦାନ କରାଜାଇଥିଲା। ଆସନ୍ତା ଶନିବାର ଦିନ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇ ରବିବାର ଦିନ ଠାକୁର ମାନଙ୍କୁ ପହଣ୍ଡି କରାଯାଇ ମନ୍ଦିର ଭିତରକୁ ନିଆଯିବ । ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।



