Home ଆଞ୍ଚଳିକ ଜଗଦଳପୁର ଗ୍ରାମରେ ପ୍ରଣବ ଏଜୁକେସନାଲ ସୋସାଇଟି ଓ ଆଜାଦ୍ ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ

ଜଗଦଳପୁର ଗ୍ରାମରେ ପ୍ରଣବ ଏଜୁକେସନାଲ ସୋସାଇଟି ଓ ଆଜାଦ୍ ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ

34

ଆସିକା, 16/07(ଜ଼ିଲ୍ଲାଖବର ) : ଆସିକା ବ୍ଳକ ଅଧିନସ୍ଥ ଗୁଣ୍ଠପଡ଼ା ଗ୍ରାମ ପଞ୍ଚାୟତର ଜଗଦଳପୁର ଗ୍ରାମରେ ପ୍ରଣବ ଏଜୁକେସନାଲ ସୋସାଇଟି ଓ ଗ୍ରାମରେ ଥିବା ଆଜାଦ ଯୁବକ ସଂଘର ମିଳିତ ଉଦ୍ୟମରେ ସପ୍ତାହ ବ୍ୟାପି 700 ବୃକ୍ଷ ରୋପଣ କରିବା ସହ ତାର ରକ୍ଷଣା ବେକ୍ଷଣା ଉପରେ ଗୁରୁତ୍ବାରୋପ କରିଥିଲେ । ପ୍ରଣବ ଏଜୁକେସନାଲ ସୋସାଇଟିର ସେକ୍ରେଟାରି ଜେ. ରବିନ୍ଦ୍ରନାଥ ପାତ୍ର ଏହି ପରି ବର୍ଷ ତମାମ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଆଜାଦ ଯୁବକ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଣବ ଏଜୁକେସନାଲ ସୋସାଇଟି ଅଧିନରେ ଥିବା ମମ୍ ସ୍କୁଲର ଛାତ୍ର ଓ ଛାତ୍ରୀମାନେ କିପରି ଏକ ବିରଳ ଓ ବିଚକ୍ଷଣ ସ୍ମୃତି ଶକ୍ତିର ଅଧିକାରୀ ତାହା ଏଠାରେ ଉପସ୍ଥାପନ କରାଇ ଥିଲେ । ଏହା ଦେଖି ସମସ୍ତେ ଆଚମ୍ବିତ ହେବା ସହ କରତାଳି ଦ୍ୱାରା ନିଜ ନିଜର ଖୁସିକୁ ବ୍ୟକ୍ତ କରିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଣବ ଏଜୁକେସନାଲ ସୋସାଇଟିର ସଭାପତି ଶିବ ଚରଣ ଜେନା, ସେକ୍ରେଟାରି ଜେ. ରବିନ୍ଦ୍ରନାଥ ପାତ୍ର, କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଦାସ, ଧିରେନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ଆଜାଦ୍ ଯୁବକ ସଂଘର ଉପଦେଷ୍ଠା ପି ରାମାରାଓ ପାତ୍ର, ପି ରାଧାକାନ୍ତ ପାତ୍ର, ପି ରମାକାନ୍ତ ପାତ୍ର, ଏମ୍ ଏରାନା ପାତ୍ର, ଗ୍ରାମର ସଭାପତି ଡ଼ି ରାମଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଡ଼ି ବାବୁ ପାତ୍ର ଓ ସମସ୍ତ କମିଟି ବୃନ୍ଦ, ସଂଘର ସଭାପତି ପି ତୋଫାନ ପାତ୍ର, ଉପ-ସଭାପତି ପି କିରଣ କୁମାର ପାତ୍ର, ସେକ୍ରେଟାରି ଗୋପାଳ ପାତ୍ର, ଜଏଣ୍ଟ ସେକ୍ରେଟାରି ପି ନିରାକାର ପାତ୍ର, କୋଷାଧ୍ୟକ୍ଷ ପି ସୁଭମ ପାତ୍ର ଓ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।