ବନ ମହୋତ୍ସବ ସପ୍ତାହ

16

ବ୍ରହ୍ମପୁର, 12/7(ଜ଼ିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରଭୁକ୍ତ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ପ୍ରଥମ ବର୍ଷର ଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ l ବିଭିନ୍ନ ପ୍ରକାରର ବୃକ୍ଷ ଲଗାଇଲେ ଏବଂ ଯତ୍ନ ନେବେ ବୋଲି ପ୍ରତିଜ୍ଞା କଲେ l ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ଡ଼ ସସ୍ମିତା ବେହେରା ଓ ଅଧ୍ୟାପିକା ଅଲିତା ମିଞ୍ଜ ମଧ୍ୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l