
ବ୍ରହ୍ମପୁର,12/07(ଜିଲ୍ଳାଖବର) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ବିଶ୍ୱଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି l ଏହି ଦିବସର ଗୁରୁତ୍ୱକୁ ଛାତ୍ରୀମାନେ ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରିଥିଲେ l ବିଭାଗରେ ଏହି ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ଡ଼ ସସ୍ମିତା ବେହେରା, ଅଧ୍ୟାପିକା ଅଲିତା ମିଞ୍ଜ ଏବଂ ଡ଼ ଅନିତା ପାଣ୍ଡେ ଅଂଶ ଗ୍ରହଣ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା 1. ପରିବାର ନିୟନ୍ତ୍ରଣର ଗୁରୁତ୍ୱ, ଲିଙ୍ଗଗତ ସମନତା, ମା ‘ର ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର l ଏହି ପ୍ରତିଯୋଗିତାରେ ଇସାଣି ସାମନ୍ତରାୟ, ଏବଂ ସି. ଏଚ. ରୋଜା ପ୍ରଥମ ପୁରସ୍କାର, ଦୀପା ରାଇକା ଦ୍ୱତୀୟ ପୁରସ୍କାର ଏବଂ ସଂଗୀତା ପ୍ରିୟଦର୍ଶିନୀ ବିଶ୍ୱାଳ ଓ ବର୍ଷା ରଣା ତୃତୀୟ ପୁରସ୍କାର ପାଇଲେ l




