Monday, October 12, 2026
Home ଆଞ୍ଚଳିକ ମମ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସି ପରିସରରେ ବନ ବିଭାଗ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

ମମ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସି ପରିସରରେ ବନ ବିଭାଗ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

123

ଆସିକା, (ଜିିଲ୍ଲାଖବର ) : ସାରା ଦେଶ ତଥା ରାଜ୍ଯରେ “ମାଁ ପାଇଁ ଗଛ ଟିଏ” ଅଭିଯାନ ଚାଲିଥିବା ବେଳେ ପ୍ରଣବ ଏଜୁକେସନାଲ୍ ସୋସାଇଟି ଓ ବନ ବିଭାଗ ର ମିଳିତ ଉଦ୍ୟମରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମମ୍ ସ୍କୁଲର ପ୍ରତିଷ୍ଠତା ତଥା ପ୍ରଣବ ଏଜୁକେସନାଲ୍ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ପଣବ କୁମାର ରଥ, ପ୍ରବିର କୁମାର ଚୌଧୁରୀ ମାନ୍ୟବର ଏ.ଡି.ଜେ, ଆସ୍କା, ସୌଦାମିନୀ ବିଶ୍ଵାଳ ସିଭିଲ ଜଡଜ୍ ସିନିୟର୍ ଡିଭିଜନ, ଝିଲିନା ନାୟକ ସିଭିଲ ଜଡଜ୍ ଜୁନିଅର ଡିଭିଜନ, ମୋନାଲି ବେହେରା, ଗୀତାଞ୍ଜଳି ନାଇଡୁ ଜେ.ଏମ.ଏଫ.ସି, ପ୍ରମୋଦ କୁମାର ପଣ୍ଡା ଫରେଷ୍ଟ ରେଞ୍ଜର, ଆସ୍କା, ଏବଂ ବହୁ ସଂଖ୍ୟା ରେ ଆଇନଜୀବୀଯେ।ଗ ଦେଇଦେଇଥିଲେ।

ମମ୍ ସ୍କୁଲର ସଭାପତି ଶିବ ଚରଣ ଜେନା, ସେକ୍ରେଟାରୀ ଜେ. ରବିନ୍ଦ୍ରନାଥ ପାତ୍ର, ଅଧ୍ୟକ୍ଷା ପ୍ରତିମା କୁମାରୀ ପାତ୍ର, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ୍ ସହ ଜଡ଼ିତ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ପ୍ରକାଶଥାଉକି ମମ୍ ସ୍କୁଲ୍ ର ଛାତ୍ର ଓ ଛାତ୍ରୀ ମାନଙ୍କର ବିଚକ୍ଷଣ ସ୍ମୃତି ଶକ୍ତି ଦେଖି ଅତିଥି ମାନେ ଆଚମ୍ବିତ ହେବା ସହିତ ହୃଦୟରୁ ଖୁସି ଅନୁଭବ କରିଥିଲେ ।