Monday, October 12, 2026
Home ଆଞ୍ଚଳିକ ବନ୍ଧୁ ମିଳନ ସହ ବୃକ୍ଷରୋପଣ କଲେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର

ବନ୍ଧୁ ମିଳନ ସହ ବୃକ୍ଷରୋପଣ କଲେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର

11

ବେଲଗୁଣ୍ଠା, 04/07(ଜିଲ୍ଳାଖବର) : ବନ୍ଧୁ ମିଳନ ସହିତ ନିଜ ବିଦ୍ୟାଳୟରେ ଚାରା ରୋପଣ କରି ସମାଜ ପାଇଁ ଆଦର୍ଶ ବାର୍ତ୍ତା ଦେଇଛନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର I 1978 ବ୍ୟାଚ୍ ଛାତ୍ର ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଶିବ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ, ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସରପଞ୍ଚ କମଳ କୁମାରୀ ପ୍ରଧାନ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମରେ 1978 ବ୍ୟାଚ୍ ଛାତ୍ର ତଥା ଅବସରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ,ଚନ୍ଦ୍ରଶେଖର ପଣ୍ଡା,କବିରାଜ ପରିଡ଼ା, ସୁରେନ୍ଦ୍ର ପାତ୍ର, ବାବୁଲି ଚାନ୍ଦ୍ ଗୌଡ଼, ଗୌରୀ ଶଙ୍କର ମିଶ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ,କ୍ଷୀରୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖ ବିଦ୍ୟାଳୟରେ 1978 ବ୍ୟାଚ୍ ର ପାଠପଢା ସମୟର ସ୍ମୃତି ଚାରଣ କରିଥିଲେ I ଏହା ସହିତ ପ୍ରାକ୍ତନ ଛାତ୍ରମାନେ ଆଗାମୀ ଦିନରେ ବିଦ୍ୟାଳୟର ଭିତ୍ତିଭୂମିର ଦୃଢୀକରଣ, ଫାଟକର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଆଲୋଚନା କରିଥିଲେ I 1978 ବ୍ୟାଚ୍ ଛାତ୍ର ତଥା ଅବସରପ୍ରାପ୍ତ କର୍ମଚାରୀ ପୁରଞ୍ଜୟ ସାହୁ, ଭିକାରୀ ଚରଣ ସ୍ୱାଇଁ, ବିଜୟ ସ୍ୱାଇଁ, ନାରାୟଣ ସ୍ୱାଇଁ,ସନାତନ ଜେନା, ସୀମାଞ୍ଚଳ ମିଶ୍ର,ବିଦେଶୀ ଲେଙ୍କା,ରବି ପାଢୀ, ଦିଗାମ୍ବର ରଥ, ଅଜିତ୍ ସ୍ୱାଇଁ, ସତ୍ୟବାନ ପ୍ରଧାନ,ଲମ୍ବୋଦର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି ଅବସରରେ 1978 ବ୍ୟାଚ୍ ଛାତ୍ର ତଥା କେ.ନୁଆଁଗଡ଼ ମଠ ମହନ୍ତ ଅଖିଳ ମହାପାତ୍ରଙ୍କ ସଂଯୋଜନାରେ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ I ଏହି ଅବସରରେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ମାଆ ପାଇଁ ଦୁଇଟି ଚାରା ରୋପଣ ଉପରେ ଗୁରୁତ୍ୱ ଦେଇଥିଲେ I ପ୍ରକାଶ ଥାଉକି ଗତ ବର୍ଷ 1978 ବ୍ୟାଚ୍ ଛାତ୍ରଙ୍କ ପ୍ରଥମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଏହା ଜାରି ରହିବ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ସାମିଲ୍ କରାଯିବ ବହୁ ପୁରାତନ ଛାତ୍ର ପ୍ରକାଶ କରିଥିଲେ I