ଧରାକୋଟ ଥାନାରେ ନୂଆଁ ଆଇନ ସମ୍ପର୍କୀୟ ସଚେତନତା

27

ଧରାକୋଟ,1/7(ଜିଲ୍ଳାଖବର) : ଆଜିଠାରୁ ଦେଶରେ ନୂଆଁ ଆଇନ ବ୍ୟବସ୍ଥା ଆରମ୍ଭ ହୋଇଛି ।ଧରାକୋଟ ଥାନାରେ ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଧରାକୋଟ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି,ଓକିଲ,ବରିଷ୍ଠ ନାଗରିକ, ଗଣ ମାଧ୍ୟମ ପ୍ରତିନିଧିଓ ସାଧାରଣ ଜନତା ଙ୍କୁ ନୂଆଁ ତିନୋଟି ଆଇନ ସମ୍ପର୍କରେ ଅବଗତ କରାଇଥିଲେ । ଭାରତୀୟ ନ୍ୟାୟ ସହିଁତା,ଭାରତୀୟ ନାଗରିକ ସୁରକ୍ଷା ସହିଁତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ସଂପର୍କରେ ଏହି ବୈଠକରେ ସବିସ୍ତୃତ ଆଲୋଚନା । 1860 ମସିହାର ବ୍ରିଟିଶ ଶାସନ ସମୟ ର ଆଇନକୁ ରଦ୍ଦ କରି କିପରି ପ୍ରତ୍ୟେକ ପୀଡିତ ଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ,ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା କୁ ପ୍ରାଧାନ୍ୟ,ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟ ରେ ମାମଲାର ଶୁଣାଣି,ଅନ ଲାଇନ ଏଫ ଆଇ ଆର ସୁବିଧା,ଡିଜିଟାଲ ପ୍ରମନର ବ୍ୟବହାର , ସଂଗଠୀତ ଅପରାଧିକ ଆଇନ ରେ ଅନ୍ତର୍ଭୁକ୍ତ କରଣ ,ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାଖିର ବିବୃତି ଏବଂ ଯାଞ୍ଚର ଅଡିଓ ଭିଡିଓ ରେକଡିଂ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହା ସହ ଅଭିଯୋଗକାରୀ ଚାହିଁଲେ ଯେକୌଣସି ସ୍ଥାନରେ ଅନ ଲାଇନ, ୱାଟସପ,ଫୋନ ଏବଂ ମେସେଜ ମାଧ୍ୟମରେ ଏଫ୍ ଆଇ ଆର ନିକଟସ୍ଥ ଥାନାରେ ଦରଜ କରିପାରିବେ । ସେହିପରି ଫୋନ କିମ୍ବା ୱାଟ ସପ ଦ୍ଵାରା ପୋଲିସ ସମନ ମଧ୍ୟ ପଠାଇ ପାରିବ । ଥାନାରେ ସମସ୍ତ ଅଭିଯୋଗ ର ତଦନ୍ତ ରେକଡ଼ିଂ କରାଯିବା ସହ ଥାନାର ଡିସପ୍ଲେ ମାଧ୍ୟମରେ ପ୍ରତ୍ୟେକ ଦିନର କେସ ବିବରଣୀ ସର୍ବସାଧାରଣ ଙ୍କ ପାଇଁ ପ୍ରଦର୍ଶନ କରାଯିବ । ନୂତନ ଆଇନ ବ୍ୟବସ୍ଥା ଅନୁଯାୟୀ ମହିଳା,ଶିଶୁ, ନାବାଳକ ,ଷାଠିଏ ବର୍ଷ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଓ ରୋଗାକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସାକ୍ଷୀ ଓ ତଦନ୍ତ ପାଇଁ ଥାନାରେ ହାଜର ହେବାକୁ ବାଦ ଦିଆଯାଇଥିବା ବେଳେ ସେମାନେ ଇଛା ମୁତାବକ ପୋଲିସ କୁ ସହାୟତା ପ୍ରଦାନ କରିପାରିବେ । ଏହି ନୂଆଁ ଆଇନ ବ୍ୟବସ୍ଥା ପ୍ରଣୟନ ଦ୍ଵାରା ପୋଲିସ ର କାର୍ଯ୍ୟଦକ୍ଷତା ବଢ଼ିବା ସହ ନ୍ୟାୟିକ ବ୍ୟବସ୍ଥା ର ସରଳୀକରଣ ହେବାକୁ ଯାଉଥିବା ଯୋଗୁଁ ସାଧାରଣ ଜନତା ଏହାର ତ୍ୱରିତ ସୁଫଳ ପାଇପାରିବେ । ଏହି ବୈଠକ ରେ ଏସ ଆଇ ବାଲ୍ମିକୀ ପ୍ରଧାନ, ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ, ଏ ଏସ ଆଇ ମୂରଲୀଧର ରାଓ ଉପସ୍ଥିତ ରହିଥିବା ବେଳେ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।