Saturday, October 10, 2026
Home ଆଞ୍ଚଳିକ ରିଷିପୁର ବିଦ୍ୟାଳୟ ରେ ପୋଷାକ ବଣ୍ଟନ ।

ରିଷିପୁର ବିଦ୍ୟାଳୟ ରେ ପୋଷାକ ବଣ୍ଟନ ।

54


ଆସିକା(ଜିଲ୍ଲା ଖବର) : ଅନୁଷ୍ଠିତ ହୋଇଯାଇଛି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରିଷିପୁର ଠାରେ ପୋଷାକ ବିତରଣ ଉତ୍ସବ। ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କର ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୋଷାକ ବଣ୍ଟନ କରିବା ଏକ ଅଭିନବ ପଦକ୍ଷେପ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ କାଳୁଚରଣ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି ଆଗେଇ ନେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ହାଡୁବନ୍ଧୁ ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାଇକ, ସୁବାସ ପ୍ରଧାନ, ରବିନ୍ଦ୍ର ନାଥ ପଟ୍ଟନାୟକ, ସାନ୍ତନୁ କୁମାର ନାୟକ, ଗୀତାଞ୍ଜଳି ମଲିକ, ସସ୍ମିତା ନାହାକ, ପଙ୍କଜିନୀ ଆଚାର୍ଯ୍ୟ,ସୌମ୍ୟ ରଞ୍ଜନ ନାୟକ ସମେତ ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ପୂର୍ବତନ ଅତିଥି ଶିକ୍ଷକ ଶ୍ରୀ ରତ୍ନାକର ଶୀୟ ମଧ୍ୟ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ହାଡୁବନ୍ଧୁ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ ।