
ଧରାକୋଟ,24/6 : ସରକାରୀ ଘୋଷଣା ଅନୁଯାୟୀ ଆଜିଠାରୁ ଦିବା ସ୍କୁଲ ପାଠ ପଢ଼ା ଆରମ୍ଭ ହୋଇଛି । ଏହି ଅବସରରେ ଧରାକୋଟ ବ୍ଲକର 67 ଗୋଟି ପ୍ରାଥମିକ ବିଦ୍ୟାଳୟ,,38 ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,20 ଗୋଟି ଉଚ୍ଚ ବିଦ୍ୟାଳୟ,9 ଗୋଟି ଶିଶୁ ମନ୍ଦିର,2 ଗୋଟି ଆଶ୍ରମ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷାଦାନ ଆରମ୍ଭ ହୋଇଛି। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ନୂତନ ଆଶା ଉଦ୍ଦୀପନା ନେଇ ବିଦ୍ୟାଳୟ କୁ ଆସିଥିବା ବେଳେ ପନିପରିବା ଦରରେ ମାହାଙ୍ଗା ମାଡ଼ ଯୋଗୁଁ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ମାନେ ଚିନ୍ତାରେ ପଡ଼ିଛନ୍ତି। ସରକାର ପ୍ରାଥମିକ ବିଦ୍ୟାଳୟ ର ପିଲାଙ୍କ ପାଇଁ ଟ 5.90 ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଟ 8.82 ସ୍ଥିର କରିଛନ୍ତି । ସୋମ ଓ ଗୁରୁବାର ରେ ଡାଲମା,ମଙ୍ଗଳ ଓ ଶନିବାର ରେ ସୋୟା, ବୁଧ ଓ ଶୁକ୍ର ବାର ପାଇଁ ଅଣ୍ଡା ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ରହିଛି । ସଂପ୍ରତି ଆଳୁ କିଲୋ ପିଛା ବଜାର ଦର 35 ଟଙ୍କା,ପିଆଜ40 ଟଙ୍କା, ବାଇଗଣ 60 ଟଙ୍କା,ଟମାଟୋ 80 ଟଙ୍କା, ଭଣ୍ଡା 50 ଟଙ୍କା, ସାରୁ 50 ଟଙ୍କା , ଜନ୍ନି 60 ଟଙ୍କା ଓ ଅଣ୍ଡା ଗୋଟିଏ 7 ଟଙ୍କାରେ ବଜାରରେ ବିକ୍ରି ହେଉଛି । ଏପରି ସ୍ଥିତିରେ କିପରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସୁଚାରୁ ରୁପେ ଦିଆଯିବ ତାକୁ ନେଇ ଉଭୟ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଚିନ୍ତାରେ ପଡ଼ିଛନ୍ତି। ବଜାର ଦରରେ ଯଦି ନିୟନ୍ତ୍ରଣ ନଅ ଆସେ ତାହେଲେ ସରକାର ଛାତ୍ର ଛାତ୍ରୀ ଙ୍କ ପିଛା ଦରବୃଦ୍ଧି ପାଇଁ ପି ଟି ଏ ସଦସ୍ୟ ମାନେ ଦାବି କରିବେ ବୋଲି ପ୍ରକାଶ କରିଛନ୍ତି।



