
ଧରାକୋଟ,(ଜ଼ିଲ୍ଲାଖବର ) : କୃଷକ ମାନଙ୍କୁ ସସକ୍ତ ଓ ସମୃଦ୍ଧ କରିବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆରମ୍ଭ କରିଛନ୍ତି ପି ଏମ କିସାନ ସମ୍ମାନ ନିଧି ଯୋଜନା। ଏହି ଯୋଜନାର 17 ତମ କିସ୍ତିର ଅର୍ଥ ରାଶି କୁ ଗତକାଲି ଡି ବି ଟି ମାଧ୍ୟମରେ ସିଧା ସଳଖ ଚାଷୀ ମାନଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଛଡ଼ା ଯାଇଛି । ଏହି ଅବସରରେ କୃଷି ସୂଚନା କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର କାର୍ଯକ୍ରମ ରେ ଅତିରିକ୍ତ ବି ଡି ଓ ସୁଶୀଲ କୁମାର ପଟନାୟକ ସଭାପତିତ୍ବ କରିଥିଲେ ବେଳେ ଅତିଥି ଭାବରେ ଏ ଏଫ ଓ ଶିବାନୀ ମହାନ୍ତି, ଏ ଏ ଓ ଜଗଦୀଶ ଚୌଧୁରୀ, ବି ପି ଏମ ପ୍ରତାପ ସ୍ବାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା ଏହାର ସଂଯୋଜନା କରିଥିବା ବେଳେ ପ୍ରାୟ 50 ରୁ ଅଧିକ ଚାଷୀ ଉପସ୍ଥିତ ରହିଥିଲେ।ଏହି ଅବସରରେ ଧରାକୋଟ ବ୍ଲକର ପ୍ରାୟ 9000 ରୁ ଅଧିକ ଚାଷୀଙ୍କୁ ପି ଏମ କିସାନ ସମ୍ମାନ ନିଧି ଯୋଜନା ରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ।



