
ଆସିକା(ଜିଲ୍ଲା ଖବର): ଅନୁଷ୍ଠିତ ହୋଇଯାଇଛି ପ୍ରଗତି ଶିଶୁ ମନ୍ଦିର କେନ୍ଦୁପଦରର ୨୩ତମ ବାର୍ଷିକ ଉତ୍ସବ। ବିଦ୍ୟାଳୟର ପୂର୍ବତନ ସଂପାଦକ ତଥା ବର୍ତ୍ତମାନ ର ଉପଦେଷ୍ଟା କମିଟିର ବରିଷ୍ଠ ସଭ୍ୟ ଶ୍ରୀ ଜୟରାମ ସ୍ବାଇଁଙ୍କ ପରାମର୍ଶ କ୍ରମେ ସଂପାଦକ ଶ୍ରୀ ବାସୁଦେବ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ପ୍ରଦୀପ ପ୍ରଜ୍ଜଳନ କରି ଆଗେଇ ନେଇଥିଲେ। ମୁଖ୍ୟ ବକ୍ତା ଭାବେ ବେଳେ ଡ଼ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଳିକ,ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ପ୍ରଧାନ, ଉପ ସଭାପତି ଶ୍ରୀ ବାଇମନ ଚର୍ଚ୍ଚି ସମେତ ରଜନୀକାନ୍ତ ମହାନ୍ତି ଓ ସମସ୍ତ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ। ସଂପାଦକ ଶ୍ରୀ ବାସୁଦେବ ସାମଲ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ଭୂୟାଁ,ଦିବା ପମୂଖ ସୁଦର୍ଶନ ଗୈାଡ, ପ୍ରାତଃ ପମୂଖ ଟୁକୁନା ଗୁରୁଜୀ,ସଶ୍ମିତା ଗୁରୁମା, ଜିତେନ୍ଦ୍ର ଗୁରୁଜୀ, ରାମଚନ୍ଦ୍ର ଗୁରୁଜୀ, ବୁଦ୍ଧିରାମ ଗୁରୁଜୀ,ସକୁନ୍ତଳା ଗୁରୁମା, ରୀତା ଗୁରୁମା, କୃଷ୍ଣ ଗୁରୁଜୀ, ବଳରାମ ଗୁରୁଜୀ, କନ୍ୟା କୁମାରୀ ଗୁରୁମା,ଝିଲ୍ଲି ଗୁରୁମା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଶିଶୁ ମାନଙ୍କ ଉତ୍ତମ ଜୀବନ ଗଠନ ଓ ଚରିତ୍ର ନିର୍ମାଣ ସମ୍ପର୍କରେ ଅତିଥି ମାନେ ଅଭିଭାଷଣରେ ନିଜର ବକ୍ତବ୍ୟ ରଖିଥିଲେ। ପରିଶେଷରେ ଅନୁଷ୍ଠାନର ଛାତ୍ରୀ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ନୃତ୍ୟ ଗୀତ ସାଂଗକୁ ସୁନ୍ଦର ଉପସ୍ଥାପନା ଉପସ୍ଥିତ ଅଭିଭାବକ ଓ ଦର୍ଶକଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା।

ରିପୋର୍ଟର ରତ୍ନାକର ସିଅ



