ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପ୍ରସ୍ତୁତି ବୈଠକ

7

ଧରାକୋଟ(ଜ଼ିଲ୍ଲାଖବର ) : ମୌସୁମୀର ଆଗମନ ଦୃଷ୍ଟିରୁ ଆସର୍ଣ୍ଣ ବନ୍ୟା ବାତ୍ୟାର ସଫଳ ମୁକାବିଲା ପାଇଁ ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ବୈଠକ ଗୃହରେ ସମସ୍ତ ଲାଇନ ବିଭାଗର ପଦାଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ବି ଡି ଓ ସୁଶୀଲ ପଟନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକ ରେ ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର, ସି ଡି ପି ଓ ସୁନିଲ ପ୍ରଭା ରଥ, ଏସ ଆଇ ବାଲ୍ମିକୀ ପ୍ରଧାନ,ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ କୁମାର ମାଝୀ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଚିରଞ୍ଜିବୀ ସାହୁ,କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ, ବି ପି ଏମ ଗୋଲକ ନାରାୟଣ ଗାରିଆଗାଡୁ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ପ୍ରଶମନ ସମ୍ପର୍କୀୟ ମୁକାବିଲା ର ମତ ଉପସ୍ଥାପନ କରିଥିଲେ। ବାତ୍ୟାର ମୁକାବିଲା ଓ ଧନ ଜୀବନ ର ସୁରକ୍ଷା ପାଇଁ ଧରାକୋଟ ବ୍ଲକର 82 ଗୋଟି ବିଦ୍ୟାଳୟ ଗୃହକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବରେ ଚିହ୍ନଟ କରାଯିବା ସହ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ବ୍ଲକ ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି । ପ୍ରତି କେନ୍ଦ୍ରରେ ଜଣେ ଶିକ୍ଷକ,ଜଣେ ଅଙ୍ଗନୱାଡ଼ି ଦିଦି ଓ ଜଣେ ଆଶା କର୍ମୀ ଦାୟିତ୍ୱରେ ରହିବେ । ପ୍ରତି ଏକ କିମି ଦୂରତା ମଧ୍ୟରେ ଗୋଟିଏ ଲେଖାଏଁ ଆଶ୍ରୟ ସ୍ଥଳୀ ରେ କର୍ମଚାରୀ ମାନେ ସଜାଗ ରହିବେ। ଅସର୍ନ ବନ୍ୟା ବାତ୍ୟା ସମୟରେ ଲୋକ ମାନଙ୍କ ସହ ପଶୁ ପକ୍ଷୀ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା,ନିଖୋଜ ଲୋକ,ଉଚ୍ଚ ସ୍ଥାନ ରେ ଥିବା ଲୋକଙ୍କୁ ଉଦ୍ଧାର କରିବା,ରାସ୍ତା ଅବରୋଧ ହଟାଇବା,ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଓ ବିଚ୍ଛିନ୍ନ ରାସ୍ତା ର ତୁରନ୍ତ ମରାମତି,ଗର୍ଭବତୀ ମା ଓ ଶିଶୁଙ୍କ ଯତ୍ନ ନେବା ପାଇଁ ସମସ୍ତେ ମିଳିମିଶି ସଜାଗ ରହିବାକୁ ବ୍ଲକ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା ।