Wednesday, October 14, 2026
Home ଆଞ୍ଚଳିକ ଧରାକୋଟ ଅଞ୍ଚଳରେ ସାଂସଦ ଓ ବିଧାୟିକା ପ୍ରାର୍ଥୀନୀ ଙ୍କ ଜୋରଦାର ପ୍ରଚାର

ଧରାକୋଟ ଅଞ୍ଚଳରେ ସାଂସଦ ଓ ବିଧାୟିକା ପ୍ରାର୍ଥୀନୀ ଙ୍କ ଜୋରଦାର ପ୍ରଚାର

17

ଧରାକୋଟ,୮/୦୫ : ଆସନ୍ତା ସାଧାରଣ ନିର୍ବାଚନ ରେ ସାନଖେମୁଣ୍ଡି ବିଧାନ ସଭା ଆସନକୁ ବି ଜେ ଡି ଦଖଲ କୁ ନେବାପାଇଁ ପ୍ରଚାର କାର୍ଯ୍ୟକ୍ରମ କୁ ଦଳ ତରଫରୁ ଜୋରଦାର କରାଯାଇଛି । ଆଜି ଧରାକୋଟ ବ୍ଲକର 29 ନମ୍ବର ଜିଲ୍ଲା ପରିଷଦ ଜୋନ ର ଜଗମୋହନ, ଜାହାଡା, ସିଙ୍ଗିପୁର, ଝାଡବନ୍ଧ ଓ ଝରପାରି ପଞ୍ଚାୟତ ରେ ଆସିକା ଲୋକସଭା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ,ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଧରାକୋଟ ରାଜ ଜେମା ଶାନ୍ତି ପ୍ରିୟା ଗୀତାଞ୍ଜଳି,ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ଵାଇଁ,ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର,ଜିଲ୍ଲା ବି ଜେ ଡି ସମ୍ପାଦକ ରବୀନ୍ଦ୍ର ଘୋଷ,ସରପଞ୍ଚ ଲିନା କୁମାରୀ ମହାରଣା,ମାଧୁରୀ ସ୍ୱାଇଁ,ଯୋଗେନ୍ଦ୍ର ସ୍ୱାଇଁ,ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବିପିନ ବିହାରୀ ସ୍ୱାଇଁ,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ ପ୍ରମୁଖ ମିଳିତ ଭାବରେ ଜୋରଦାର ପ୍ରଚାର କରି ବି ଜେ ଡି ଦଳର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ଜିତାଇବା ପାଇଁ ନିବେଦନ କରିଥିଲେ। ସାନଖମୁଣ୍ଡି ବିଧାନ ସଭା ଆସନ ର ଦଳୀୟ ପର୍ଯ୍ୟବେକ୍ଷକ ରଞ୍ଜନ ପଲାଇ ଏହି ସମସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ଥିତି ପରଖିବା ସହ ମାର୍ଗ ଦର୍ଶନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଭାବେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ସମସ୍ତ ଗ୍ରାମରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।