Wednesday, October 14, 2026
Home ଆଞ୍ଚଳିକ ଅପରାଧ ମୁକ୍ତ ଓ ବିକାଶଶିଳ ବ୍ରହ୍ମପୁର ମୋର ଲକ୍ଷ : କେ ଅନିଲ କୁମାର

ଅପରାଧ ମୁକ୍ତ ଓ ବିକାଶଶିଳ ବ୍ରହ୍ମପୁର ମୋର ଲକ୍ଷ : କେ ଅନିଲ କୁମାର

54

ବ୍ରହ୍ମପୁର ୩/୦୫ : ଆଜି ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କର ଶହ ଶହ ସମର୍ଥକଙ୍କ ସହ ଗାନ୍ଧୀ ନଗର,ଆସ୍କା ରୋଡ଼, ତାଳୁକା, ସାର୍ଗୁଣା ସାହି, ପାଣିଗ୍ରାହୀ ନଗର, ଗଣପତି ନଗର, ଆନନ୍ଦ ନଗର ଓ ରଘୂପତି ନଗର ପ୍ରଭୁତି ସାହିକୁ ସାହି ବୁଲି ଭୋଟ ଭିକ୍ଷା କରିଛନ୍ତି। ବିଭିନ୍ନ ଜାଗାରେ ବିଜେପି ପ୍ରାର୍ଥୀ କେ.ଅନିଲ କୁମାର ଙ୍କୁ ଲୋକମାନେ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି। ବିଭିନ୍ନ ପଥପ୍ରାନ୍ତ ସଭା ମାନଙ୍କରେ କେ. ଅନିଲ କୁମାର କହିଛନ୍ତି ସହରକୁ ଅପରାଧ ମୁକ୍ତ କରିବା ଓ ଏକ ବିକାଷଶୀଳ ବ୍ରହ୍ମପୁର ଗଠନ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ । ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଏଠାରୁ ପାଞ୍ଚ ଥର ନିର୍ବାଚିତ ହୋଇ ପରିକ୍ଷିତ ହୋଇ ସାରିଛନ୍ତି ,ମୋତେ ଥରେ ଆଶ୍ରିବାଦ କରନ୍ତୁ ଓ ବିଧାନସଭା ପଠାନ୍ତୁ ବୋଲି ଶ୍ରୀ ଅନିଲ କୁମାର ଭୋଟର ମାନଙ୍କୁ ନିବେଦନ କରିଥିଲେ ।ଆଜିର କାର୍ଯକ୍ରମ ରେ ରଞ୍ଜିତ ପଟ୍ଟନାୟକ, ଅଶୋକ ଶୁକ୍ଳ,ବଦ୍ରି ନାୟକ, ବିଷ୍ଣୁ ସୁବୁଦ୍ଧି,ପତିତ ଗନ୍ତାୟତ, ଟି. ଗୋପୀ,ସୁଲଭ ପଣ୍ଡା, ସମ୍ବିତ ପଟ୍ଟନାୟକ, ମାନସ ପଣ୍ଡା ,ସୁନିଲ ପଣ୍ଡା,ଲୋକନାଥ କର, ତୁତୁନ ପାତ୍ର,ପ୍ରଭାତ ଷଡ଼ଙ୍ଗୀ,ସୁନିଲ ସାହୁ,ମାନିତା ଦାସ , ବର୍ଷା ପ୍ରିୟଦର୍ଶିନୀ ପ୍ରଭୃତି ଯୋଗଦେଇଥିଲେ ।