ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ ,ଓଡ଼ିଆ ବିଭାଗ , ଏବଂ ସମାଜ ବିଜ୍ଞାନର ମିଳିତ ଆନୁକୁଲ୍ୟରେ ଭାରତୀୟ ଜ୍ଞାନ ଓ ଦର୍ଶନ ଉପରେ ଏକ ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ

18

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଗୃହ ବିଜ୍ଞାନ , ଓଡ଼ିଆ ବିଭାଗ , ଏବଂ ସମାଜ ବିଜ୍ଞାନର ମିଳିତ ଆନୁକୁଲ୍ୟରେ ଭାରତୀୟ ଜ୍ଞାନ ଓ ଦର୍ଶନ ଉପରେ ଏକ ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବକ୍ତୃତା କାର୍ଯ୍ୟକ୍ରମର ଅତିଥି ବକ୍ତା ଭାବେ ଖଲିକୋଟ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଉଷାରାଣୀ ରଥ ଯୋଗ ଦେଇ ସନାତନ ଧର୍ମ ଏବଂ ପ୍ରାଚୀନ ବୈଦିକ ଯୁଗର ଅମୂଲ୍ୟ ଶିକ୍ଷା ବ୍ୟବସ୍ଥା ସହିତ ଗୁରୁଙ୍କ ପ୍ରତି ଶିଷ୍ୟର କର୍ତ୍ତବ୍ୟବୋଧ , ସମର୍ପଣ ଭାବ , ଏବଂ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଗୁରୁଙ୍କର ଶିକ୍ଷାଦାନ ଆଦି ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ସମାଜରେ ବିଘଟିତ ମୂଲ୍ୟବୋଧ କୁ ପୁଣି ବାଟକୁ ଫେରାଇ ଆଣିବା ପାଇଁ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାର ସୁମୂଲ୍ୟ ଆଦର୍ଶ , ଏବଂ ପ୍ରେରଣାର ଆବଶ୍ୟକତା ପୁଣି ଥରେ ରହିଛି ବୋଲି ସେ ନିଜର ବକ୍ତବ୍ୟ ରେ ମଧ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମଟିର ମୁଖ୍ୟ ସଂଯୋଜକ ଡକ୍ଟର ସସ୍ମିତା ବେହେରା , ସହ ସଂଯୋଜକ ଡକ୍ଟର ଦିପ୍ତିମୟୀ ମିଶ୍ର , ଡକ୍ଟର ଦେବୀ ପ୍ରସାଦ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସମୀର ଭୋଇ ଏବଂ ସମାଜ ବିଜ୍ଞାନ ବିଭାଗ , ଗୃହ ବିଜ୍ଞାନ ବିଭାଗର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ତିନୋଟି ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।