ମହା ଶିବରାତ୍ରି ଉପଲକ୍ଷେ ଗାଙ୍ଗପୁରରେ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ

23

ବେଲଗୁଣ୍ଠା, ୧୦/୦୩, ପରମ୍ପରା ମୁତାବକ ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ପ୍ରତିବର୍ଷ ଭଳି ଶନିବାର ମଧ୍ୟ ରାତ୍ରିରୁ ରବିବାର ପର୍ୟ୍ୟନ୍ତ ଦୁଇ ପୁଞ୍ଜା ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି ଓ ନିର୍ଦ୍ଦେଶକ ପିଣ୍ଟୁ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଗୁଡ଼ିଆଳି ନିକଟସ୍ଥ କେ ସାମନ୍ତରାପୁର ଏବଂ ନିର୍ଦ୍ଦେଶକ ରାଜେନ୍ଦ୍ର ବିଷୋୟୀଙ୍କ ନିର୍ଦ୍ଦେଶନାରେ ରାମଚନ୍ଦ୍ର ପୁରର କଳାକାର ମାନେ ଏହି ନାଟକ ପରିବେଷଣ କରିଥିଲେ ଓ ପ୍ରକାଶ ଥାଉକି ପ୍ରତିବର୍ଷ ଗାଙ୍ଗପୁର ଗ୍ରାମରେ ମହାଶିବରାତ୍ରି ପରଦିନ ଦୁଇ ଦଳ ରାମାୟଣ କିମ୍ବା ମହାଭାରତ ନାଟକ ମଞ୍ଚସ୍ଥ ହୋଇଥାଏ ଓ ହୋଇଥିବାରୁ ନାଟକ ଦେଖିବାକୁ ପ୍ରାୟ ୨୦୦୦୦ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ ସୂଚନା ପ୍ରକାରେ ଶୁକ୍ରବାର ଦିନ ଗ୍ରାମର ଆରାଧ୍ୟ ବାବା ସ୍ଵପ୍ନେଶ୍ଵରଙ୍କ ମନ୍ଦିରରେ ରୀତିନୀତି ପୂର୍ବକୁ ମହା ଶିବରାତ୍ରି ନୀତି ପାଳିତ ହୋଇଥିଲା ଓ ଶନିବାର ସକାଳୁ ଠାକୁର ପାରମ୍ପରିକ ପଶୁମୁଖା ନୃତ୍ୟ,ଆଧୁନିକ ଡିଜେ, ବାଜାବାଣ ପଟୁଆରରେ ନଗର ଭ୍ରମଣ କରିଥିଲେ ଓ ଏହାପରେ ଗ୍ରାମରେ ମଧ୍ୟାହ୍ନରେ ପାଲା ଏବଂ ମଧ୍ୟ ରାତ୍ରିରେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା ଓ କାର୍ୟ୍ୟକ୍ରମରେ ଗ୍ରାମ୍ୟ ପରିଚାଳନା କମିଟିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ଓ ଗାଙ୍ଗପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଭିଡ଼ ନିୟନ୍ତ୍ରଣ କରିବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିଥିଲେ ଓ