ଆଶ୍ରମ ଅନ୍ତେବାସୀଙ୍କ ସହ ସମାଜ ସେବୀଙ୍କ ଭାବ ବିନିମୟ

23

ଧରାକୋଟ,୧୦/୩ : ଧରାକୋଟ ସ୍ଥିତ ବାଲ୍ମିକେଶ୍ୱର ଅନାଥ ଆଶ୍ରମ ପରିସରରେ ପହଞ୍ଚି ଅନ୍ତେବାସୀ ଙ୍କ ସହ ଆସିକା ଅଞ୍ଚଳର ଜଣା ଶୁଣା ଯୁବ ସମାଜସେବୀ ମନୋଜ କୁମାର ନାହାକ ଭାବ ଆଦାନ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଅଭିମନ୍ୟୁ ନାହାକ ଙ୍କ ପୁତ୍ର ମନୋଜ କୁମାର ନାହାକ ପିଲାଟି ଦିନରୁ ସମାଜ ସେବା ପ୍ରତି ସମର୍ପଣ ମନୋଭାବ ପୋଷଣ କରିଆସୁଛନ୍ତି । ଅଞ୍ଚଳର ବିଭିନ୍ନ ଗାଁରେ ସଚେତନତା କାର୍ୟ୍ୟକ୍ରମ ସହ ଭିନ୍ନକ୍ଷମ ଓ ଅସହାୟ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇ ଆସୁଛନ୍ତି । ଏହି ଅବସରରେ ସେ ଧରାକୋଟ ସ୍ଥିତ ଅନାଥ ଆଶ୍ରମ ଅନ୍ତେବାସୀ ଙ୍କ ନିକଟରେ ଆଜି ପହଞ୍ଚି ସେମାନଙ୍କ ଦୀନଚର୍ୟ୍ୟା,ନିରାମୟ ଜୀବନ ପ୍ରଣାଳୀ,ସୁନେଲି ଭବିଷ୍ୟତ ସହ ଭକ୍ତି ଚେତନା ସମ୍ପର୍କରେ ଅବଗତ ହେବା ସହ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୁପେ ସମ୍ପନ୍ନ ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ସହ ତାଙ୍କର ପରିବାର ସଦସ୍ୟ ଓ ସହଯୋଗୀ ବନ୍ଧୁମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଅନ୍ତେବାସୀ ମାନଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ସହ ଭଲ ମଣିଷ ହେବାପାଇଁ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଶେଷରେ ସମସ୍ତ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଖାଦ୍ୟ ରେ ଆପ୍ୟାୟିତ କରିଥିଲେ । ଏହି ଅବସରରେ ଆଶ୍ରମର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।