Monday, October 12, 2026
Home ଆଞ୍ଚଳିକ ବନ୍ଥପଲ୍ଲୀରେ ମୋ ନିବେଦନ, ମୋ ଗାଁ ତହସିଲ

ବନ୍ଥପଲ୍ଲୀରେ ମୋ ନିବେଦନ, ମୋ ଗାଁ ତହସିଲ

20

କୁକୁଡାଖଣ୍ଡି, ଜାନୁୟାରୀ ୨୪ (ଲଷ୍ମୀନାରାୟଣ ମିଶ୍ର ) ; ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଆଧାର କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଜନସାଧାରଣଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ହାତ ପାହାନ୍ତାରେ ପହଂଚାଇବା ନିମନ୍ତେ ଜିଲ୍ଲାରେ ଏକ ଅଭିନବ ସମାଧାନ ଶିବିର ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ଯକ୍ରମ ଅନୁଷ୍ଠିତ କରିଛନ୍ତି । କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତରେ ଥିବା ଏକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିଷରରେ ଏହି ଅଭିଯୋଗ ଶୁଣାଣି ଏହି ଶିବିରକୁ ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି l

ତହସିଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ ବ୍ଳକ କିମ୍ବା ତହସିଲକୁ ଯାଇ ପାରୁନଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ଭାବେ ବିଭିନ୍ନ ପଟ୍ଟା ପାଇବାରୁ ବଂଚିତ ଥିବା ହିତାଧିକାରୀ ନିଜ ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ ଏହା ସହ ହିତାଧିକାରୀମାନଙ୍କୁ କିପରି ସମସ୍ତ କାର୍ଯ୍ୟକ୍ରମ ସୁବିଧାରେ ଜାଣିପାରିବେ, ସେଥିପ୍ରତି ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇ ଥିଲେ । ବିଭିନ୍ନ ପ୍ରକାର ଫର୍ମ ଆବେଦନ କରିଥିଲେ। ଜନସାଧାରଣଙ୍କୁ ମୋ ଗାଁରେ ତହସିଲ ସେବା ଆପଣଙ୍କ ଦ୍ୱାରରେ ସୂଚୀ ସମ୍ପର୍କରେ ସଚେତନ କରାଇଥିଲେ ।

ଏଥିରେ ବସୁନ୍ଧରା, ମ୍ୟୁଟେସନ, ଇ-ପାଉତି, ଗ୍ରାମକଣ୍ଠକ, ମିସଲେନିଏସ, ସାର୍ଟିଫିକେଟ, କାଳିଆ ଟଙ୍କା, ରାସ କାର୍ଡ଼, ୧୯(୧) ସିଓଏଲଆର ୮ଏ ସମେତ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହେବ । ଏଥିରେ ସହକାରୀ ନିର୍ବାହୀ ଅଧିକାରୀ ସୁଜିତ କୁମାରୀ ତହଲ , ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପାତ୍ର,ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ଯନ୍ତ୍ରୀ ଡି.କନିୟା କୁମାର, ସରିତା କୁମାରୀ ପତି, ସହକାରୀ କୃଷି ଅଧିକାରୀ ବିଶ୍ୱ ରଞ୍ଜନ ବେହେରା,ଏପିଓ ନନ୍ଦିନୀ କୁମାରୀ ଦାସ,ଅମିନ ଟି. ପ୍ରହଲ୍ଲାଦ, ଆରାଇ ଦୀପକ ଗମାଙ୍ଗୋ,ପିଇଓ ରାମଚନ୍ଦ୍ର ଦଲେଇ, ନାଏବ ସରପଞ୍ଚ ମନାସ ମଳିକ, କିରାଣୀ ଉମା ବେହେରା,ସମାଜସେବୀ ସିମାଞ୍ଚଳ ଦାସ ସମେତ ଅନ୍ୟାନ୍ୟ କିରାଣୀ ସହ ସମସ୍ତ ତହସିଲ ,ବ୍ଳକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।