ପ୍ରଜାପିତା ବ୍ରହ୍ମା କୁମାରୀଙ୍କ ଶିବ ସନ୍ଦେଶ ଶାନ୍ତି ଯାତ୍ରା

24

ଧରାକୋଟ ,୭/୩ : ଧରାକୋଟ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଉପସେବା କେନ୍ଦ୍ର ତରଫରୁ ଶିବ ବାବା ଙ୍କ ଅଠା ଅଶୀ ତମ ଜୟନ୍ତୀ ପାଳନ ମହା ସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ଆସିକା ଶାନ୍ତି ଶକ୍ତି ଭବନ ର ସଂଚାଳିକା ଭଉଣୀ ପ୍ରଭାତୀ ଯୋଗଦେଇ ଶିବ ଝଣ୍ଡା ଉତ୍ତୋଳନ କରିବା ସହ ଧରାକୋଟ ସ୍ଥିତ ବଡ ଦାଣ୍ଡ ଆଶ୍ରମରେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ କ୍ଷ ଏହା ପରେ ଶିବ ରଥ ସହ ସମସ୍ତ ଭାଇ, ଭଉଣୀ ଧରାକୋଟ ନଗର ପରିକ୍ରମା କରିବା ପରେ କାମ, କ୍ରୋଧ, ମୋହ, ଲୋଭ ଓ ଅହଙ୍କାର ଭଳି ପାଞ୍ଚ ବିକାର କୁ ତ୍ୟାଗ କରି ଜୀବନକୁ ଆନନ୍ଦମୟ କରିବା ପାଇଁ ଶପଥ ପାଠ କରାଇ ଥିଲେ କ୍ଷ ଏଥିରେ ବ୍ରହ୍ମା କୁମାରୀ ସୁଜ୍ଞାନୀ, ଭାଗ୍ୟ ଲତା, ସୁମତି, ଶିବାନୀ ରଞ୍ଜିତା ଭଉଣୀ ଙ୍କ ସହ ବ୍ରହ୍ମା କୁମାର ରାଧାଶ୍ୟାମ, ଗଙ୍ଗାଧର, ମଙ୍ଗୁଳୁ, ପ୍ରଭାକର ଙ୍କ ସହ ଅନେକ ଭଉଣୀ ଭାଇ ସହଯୋଗ କରି ଥିଲେ ।