ସେନାରୁ ଫେରି ବିଜ୍ଞାପନ ସୁଟିଂ କଲେ ଧୋନି

9

ନୂଆଦିଲ୍ଲୀ : ୨୨/୮(ଜିଲ୍ଲା ଖବର) : ସେନାରେ କାର୍ଯ୍ୟ କରିବା ପାଇଁ କ୍ୟାପଟେନ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଥିଲେ। ତେବେ ଧୋନିଙ୍କର ଡ୍ୟୁଟି ଅଗଷ୍ଟ ୧୫ ତାରିଖରେ ସମାପ୍ତ ହୋଇଯାଇଛି। ଧୋନି ସେନାରୁ ଫେରିବା ପରେ ଏବେ ବିଜ୍ଞାପନ ସୁଟିଂ ଆରମ୍ଭ କରିଦେଇଛନ୍ତି ।କୁହାଯାଉଛି ଅଗଷ୍ଟ ୨୧ ତାରିଖରେ ଧୋନି ମୁମ୍ବାଇର ମେହବୁବ ଷ୍ଟ୍ୟୁଡ଼ିଓରେ ଏକ ବିଜ୍ଞାପନ ସୁଟିଙ୍ଗ କରିଛନ୍ତି । ଏହି ସମୟରେ ଧୋନିଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସିଂ ମଧ୍ୟ ଉପସ୍ଥିତ ଥିଲେ । ଧୋନିଙ୍କ ହେୟାରଷ୍ଟାଇଲିଷ୍ଟ ସପନା ମୋତି ନିଜ ଅଫିସିଆଲ ଇନ୍ସଟାଗ୍ରାମରେ ସୁଟିଂ ସମୟର ଫଟୋ ପୋଷ୍ଟ କରିଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କାଶ୍ମୀରରେ ଆତଙ୍କବାଦ ନିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହୋଇ ପାରା କମାଣ୍ଡୋଙ୍କ ସହ କାର୍ଯ୍ୟ କରିଥିଲେ । ଏଠାରେ ସୂଚନା ଥାଉ କି ଧୋନି ଟେରିଟୋରିୟଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍‌ଟନେଣ୍ଟ କର୍ଣ୍ଣଲ ମଧ୍ୟ ଅଛନ୍ତି । ତାଙ୍କୁ ଭାରତୀୟ ସେନା ୨୦୧୧ ମସିହାରେ ଏହି ସମ୍ମାନ ଦେଇଥିଲେ ।