
ଧରାକୋଟ,୭/୩ : ଧରାକୋଟ ବ୍ଲକ ର ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଠାରେ ଭାରତୀୟ ଜନତା ପାର୍ଟି ର କେନ୍ଦ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଙ୍କ ଆହ୍ୱାନ କ୍ରମେ ନାରୀ ଶକ୍ତି ବନ୍ଦନ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଜ୍ଝ ନାରୀ ଶକ୍ତି ବନ୍ଦନ ଯାତ୍ରା ର ଉଦଯାପନ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳା ମାନଙ୍କୁ ସ୍ୱାଭାଲମ୍ବୀ ହେବା ନିମନ୍ତେ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ର ବିଭିନ୍ନ ମହିଳା ଅଭିମୁଖୀ ଯୋଜନା ସହିତ ଜଡିତ ହେବା ସହ ମହିଳା ମାନଙ୍କ ମାନ, ସମ୍ମାନ ଓ ସ୍ୱାଭିମାନ କୁ ସୁଦୃଢ କରିବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ ଯାହାକି ଏଲ ଇ ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏହିସମା ବେଶରେ ମାଣିକପୁର ମଣ୍ଡଳ ସଭାପତି ଅଶୋକ କୁମାର ନାୟକ, ଧରାକୋଟ ମଣ୍ଡଳ ସଭାପତି ୟୁ. ପାପା ରାଓ ଓ ମହିଳା ମଣ୍ଡଳ ସଭାପତି ଲତାସ୍ୱରି ନାୟକ ଙ୍କ ସମେତ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ ଜ୍ଝ



