
ଧରାକୋଟ ,୩/୦୩ : ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ପୋଲିଓ ଦିବସ ପାଳନ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେନିସ ବେହେରା ମିଳିତ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ,ଡାକ୍ତର ଶଙ୍କର ନାରାୟଣ ବେହେରା, ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ,ଫାର୍ମାସିଷ୍ଟ କେଦାର ନାଥ ଆଚାର୍ଯ୍ୟ, ଏ ଏନ ଏମ ବିଷ୍ଣୁ ପ୍ରିୟା ରେଡ୍ଡୀ ଙ୍କ ସମେତ ଆଶାକର୍ମୀ ମାନେ ଉପସ୍ଥିତ ରହିଥିଲେ । ସରକାରୀ ଘୋଷଣା ଅନୁଯାୟୀ ତିନିଦିନ ଧରି ପୋଲିଓ ବୁନ୍ଦା ସୁନ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଦିଆଯିବ । ଧରାକୋଟ ବ୍ଲକର 18 ଗୋଟି ପଞ୍ଚାୟତ ରେ 52 ଗୋଟି ବୁଥ ରେ ସମୁଦାୟ 11094 ଜଣ ଶିଶୁ ଙ୍କୁ ନିଶ୍ଚୟ ପୋଲିଓ ବୁନ୍ଦା ଖାଇବା ବ୍ୟବସ୍ଥା କରାଯାଇଥିବା ଡାକ୍ତର ଅଶୋକ ସୂଚନା ପ୍ରଦାନ କରିଛନ୍ତି । ଏଥିପାଇଁ 208 ଜଣ ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଆଜି ବୁଥ ସ୍ତରରେ ଆସନ୍ତା ସୋମବାର ଓ ମଙ୍ଗଳ ବାର ଘରକୁ ଘର ବୁଲି ପୋଲିଓ ବୁନ୍ଦା ଶିଶୁ ମାନଙ୍କୁ ଦିଆଯିବ । ଏହାର ତଦାରଖ ପାଇଁ ଅଞ୍ଚଳରେ ଦୁଇଟି ମୋବାଇଲ ଟିମ ପରିଭ୍ରମଣ କରୁଥିବା ବେଳେ ଢ଼ଉଗାଁ ଠାରେ ଟ୍ରାଞ୍ଜିଟ ଟିମ ରହି ରାସ୍ତାରେ ଗାଡି ମଟର ରେ ଯାଉଥିବା ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଉଛନ୍ତି । ନିଜ ନିଜ ପିଲାମାନଙ୍କର ସୁରକ୍ଷା ପାଇଁ ଅଭିଭାବକ ମାନେ ପୋଲିଓ ବୁଥ କୁ ଆସୁଥିବା ଦେଖାଯାଉଛି ।



