Wednesday, October 14, 2026
Home ଆଞ୍ଚଳିକ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳନ

ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳନ

8

ଧରାକୋଟ,୩/୦୩ : ଧରାକୋଟ ନିକଟସ୍ଥ ବରଡାବିଲି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି। ଏଥିରେ ଅତିଥି ଭାବରେ ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ,ବିଦ୍ୟାଳୟ ର ସଭାପତି ସୁଧାଂଶୁ ଶେଖର ପାତ୍ର,ସମ୍ପାଦକ ନବଘନ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସଂସ୍କାର,ଚରିତ୍ର ଗଠନ, ଶୃଙ୍ଖଳା ଜ୍ଞାନ ସହ କର୍ତ୍ତବ୍ୟ ପରାୟଣ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ପ୍ରଣତି ନାୟକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ଖେଳ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।