ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ସ୍ନେହ ମିଳନ କାର୍ଯ୍ୟକ୍ରମ

27

ଧରାକୋଟ,୨୭/୦୨ : ଧରାକୋଟ ବ୍ଲକ ଅନ୍ତର୍ଗତ ଗୋଲା ଦାମୋଦର ପଲ୍ଲୀ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ବରଦାନି ଭବନ ପରିସରରେ 88 ତମ ଶିବ ଜୟନ୍ତୀ ପାଳନ ଅବସରରେ ଏକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଦାନୀ କେନ୍ଦ୍ରର ସଂଚାଳିକା ବ୍ର କୁ ରାଜ ଯୋଗିନୀ ଯମୁନା ଭଉଣୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲାର ତପୋବନ କେନ୍ଦ୍ରର ସଞ୍ଚାଳିକା ଶାନ୍ତି ଭଉଣୀ,ସମ୍ମାନିତ ଅତିଥି ଭାବରେ ବେଙ୍ଗାଲୁରୁ ଆଶ୍ରମ ର ଉମା ଭଉଣୀ ,ଅନ୍ୟତମ ଅତିଥି ଭାବରେ ବ୍ରହ୍ମପୁର କେନ୍ଦ୍ରର ବଳରାମ ଭାଇ, ଶେରଗଡ଼ ର ବଳରାମ ଭାଇ,ହିଞ୍ଜିଳି କାଟୁ ର ବିଦ୍ୟାଧର ଭାଇ ପ୍ରମୁଖ ଯୋଗଦେଇଥିଲେ । ଯୁଗୋପଯୋଗୀ ଶିକ୍ଷା ବ୍ୟବସ୍ଥା କୁ ଆପଣେଇ ଇଶ୍ଵରୀୟ ସନ୍ଦେଶ କୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଏବଂ ଜୀବନର ସୁଖ, ଶାନ୍ତି,ପ୍ରେମ, ଆନନ୍ଦ ଓ ପବିତ୍ରତା ର ବୀଜ ବୁଣିବା ପାଇଁ ଅହରହ ଉଦ୍ୟମ ଜାରି ରଖି ସଫଳତା ସାଉଁଟିଛନ୍ତି ଶିବ ବାରଦାନି ଭବନ ର ସଞ୍ଚାଳିକା ଯମୁନା ଭଉଣୀ। ମହାମାରୀ କରୋନକୁ ଭ୍ରୁକ୍ଷେପ ନକରି ଅନ ଲାଇନ ଶିକ୍ଷାଦାନ ପଦ୍ଧତି ରେ ରାଜ ଦୁଲାରି ନାମକ ଦଳ ଗଠନ କରି ଗଞ୍ଜାମ,କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଭାଇ ଭଉଣୀ ମାନଙ୍କୁ ନୀରବଛର୍ଣ ଭାବରେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରି ଚାଲିଛନ୍ତି । ଏହି ଅବସରରେ ସମସ୍ତଙ୍କ ମନରେ ସ୍ନେହ, ସଦଭାବ ସୃଷ୍ଟି ପାଇଁ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମ ରେ ଯୋଗଦେଇଥିବା ଭାଇ ଭଉଣୀ ମାନଙ୍କୁ ସେବା ଓ ତ୍ୟାଗ ପାଇଁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।