
ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ଓ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ପାଇଁ ଦଶମଶ୍ରେଣୀ ଛାତ୍ରୀ ବିଜିଲୀ ବାରିକଙ୍କୁ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍ ସମ୍ମାନରେ ସମ୍ମାନିତ କରାଯାଇଛି ଓ ବିଜିଲୀ ହେଉଛନ୍ତି ଗୋବରା ନିବାସୀ ପୀତବାସ ବାରିକ ଏବଂ ପୁଷ୍ପା ବାରିକଙ୍କ ସୁପୁତ୍ରୀ ଓ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ଗୌଡ଼ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାରୂପେ ସାମାଜିକ କର୍ମୀ ନିକୁଞ୍ଜ ଖଣ୍ଡୁଆଳ ଯୋଗ ଦେଇ ବିଜିଲୀଙ୍କ ସମେତ ଅନ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଓ ସେହିପରି ସମ୍ମାନିତ ଅତିଥି ରୂପେ ସମାଜସେବୀ ଦେବେନ୍ଦ୍ର ଗୌଡ଼, ସମିତିସଭ୍ୟ ରାଜୀବ ଲୋଚନ ନାଇକ ପ୍ରମୁଖ ମଞ୍ଚାସୀନ ଥିଲେ ଓ କାର୍ୟ୍ୟକ୍ରମରେ ଶ୍ରେଷ୍ଠ ଛାତ୍ରୀ ଭାବେ ବିଜିଲୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ କ୍ରୀଡ଼ା ବିଭାଗରେ ଚାମ୍ପିୟନ୍ ଭାବେ ଓମ୍ ପ୍ରସାଦ ସ୍ୱାଇଁ ଏବଂ ଶିବାନୀ ଗୌଡ଼ଙ୍କୁ ପୁରସ୍କୃତ କରାଯାଇଥିଲା ଓ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ୱଜିତ୍ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସେହିପରି ବ୍ଳକ୍ ର ବେଣୀପଲ୍ଲୀ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତୀଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଦୁର୍ଗାମାଧବ ନାୟକ ଯୋଗ ଦେଇଥିବା ବେଳେ କାର୍ୟ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଉଦ୍ଘାଟନ କରିଥିଲେ ଓ କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ବେଣୀପଲ୍ଲୀ ଗୋପୀନାଥ ସ୍ୱାମୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ, ସମ୍ମାନିତ ଅତିଥି ରୂପେ ସମିତିସଭ୍ୟା ମମତା ମହାନ୍ତି, ସିଆରସିସି ସୁଧୀର କୁମାର ଦାସ,ନିମନ୍ତ୍ରିତ ଅତିଥି ରୂପେ ଶିକ୍ଷକ ବିଦେଶୀ ନାୟକ, ଶଲ୍ୟ କୁମାର ସିଅ,ଡମ୍ବରୁ ଧର ସାହୁ,ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ଓ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା ଓ ପ୍ରଧାନ ଶିକ୍ଷକତାକୁ ସୂର୍ୟ୍ୟ ନାରାୟଣ ବେହେରା ଅତିଥି ସ୍ୱାଗତ କରିବା ସହିତ ବାର୍ଷିକ ବିବରଣୀ ପଠନ କରିଥିଲେ ଓ ଶିକ୍ଷକ ନିକୁଞ୍ଜ ନାୟକ ମଞ୍ଚ ପରିଚାଳନା କରିଥିଲେ ଓ ଅନୁଷ୍ଠାନର ଶିକ୍ଷକ ସୁଧାଂଶୁ ଶେଖର ସେଠୀ, ଶିକ୍ଷୟିତ୍ରୀ ସୁପ୍ରଭା ଶତପଥି, ପ୍ରତିମା ଭଞ୍ଜ,ସନ୍ଧ୍ୟାରାଣୀ ମଲ୍ଲିକ, ମୋନାଲିସା ଖଣ୍ଡାଇ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ଓ ପ୍ରଧାନ ଶିକ୍ଷକ ସୂର୍ୟ୍ୟନାରାୟଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ଓ



