Home ଆଞ୍ଚଳିକ ଜାନୁଆରୀ ୨୭ରୁ ମହାନଗର ମହୋତ୍ସବ ଶୁଭାରମ୍ଭ

ଜାନୁଆରୀ ୨୭ରୁ ମହାନଗର ମହୋତ୍ସବ ଶୁଭାରମ୍ଭ

48

ବ୍ରହ୍ମପୁର ; ଆସନ୍ତା ୨୭ ତାରିଖରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ୭ମ ମହାନଗର ମହୋତ୍ସବ ଅନୁଷ୍ଠିତ ହେବ । ମହାନଗର ସଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେବ ଏହି ମହୋତ୍ସବ । ଏନେଇ ମହାନଗର ମହୋତ୍ସବ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଧାୟକ ତଥା ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ବିକ୍ରମ ପଣ୍ଡାଙ୍କ ଅଧକ୍ଷତାରେ ଏକ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଦିର୍ଘ ୧୦ ଦିନ ଧରୀ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବହୁ ମନ୍ତ୍ରୀ,ବରିଷ୍ଠ ପଦାଧିକାରୀ,କବି ,ସାହିତ୍ୟିକ ,କଳାକାର,ସାମ୍ବାଦିକ,ସାମାଜିକ କର୍ମୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମହୋତ୍ସବର ପ୍ରତ୍ୟକ ଦିନ ଅପରାହ୍ନରେ ଆୟୋଜିତ ରେଶମ ସହର ପୁସ୍ତମ ମେଳାରେ ସାହିତ୍ୟ ,କଳା,ସଂସ୍କୃତି ଓ ଭାଷାରେ କୃତିତ୍ୱ ହାସଲ କରିଥିବା ୫୦ ରୁ ଉର୍ଦ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମହୋତ୍ସବ ମଂଚରେ ସମ୍ମାନିତ କରାଯିବ ।

ପ୍ରତ୍ୟକ ଦିନ ଆୟୋଜିତ ଆଲୋଚନା ଚକ୍ରରେ ପୋଡାମାରୀର କବି ନଟବର ସିଂ ସାହିତ୍ୟ ସଂସଦ,ପିତଳର ଓଡ୍ର ସାହିତ୍ୟ ସଂସଦ,ବ୍ରହ୍ମପୁରର ତ୍ରିଧାରା ସାହିତ୍ୟ ସଂସଦ,ସାନଖେମୁଣ୍ଡିର ସାନଖେମୁଣ୍ଡି ସାହିତ୍ୟ ସଂସଦ,ଚିକିଟିର ବାହୁଦା ସାହିତ୍ୟ ସଂସଦ,ପାତ୍ରପୁରର ଉପାନ୍ତ ସାହିତ୍ୟ ସଂସଦ,ବ୍ରହ୍ମପୁରର ରାଜାଧିରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଆସିକାର ସମ୍ବାଭନା ସାରସତ୍ୱ ପରିଷଦ ପକ୍ଷରୁ ସାହିତ୍ୟ ଚର୍ଚ୍ଛା,ଆଲୋଚନା,ତର୍କବିତର୍କ,ସହ ପୁସ୍ତକ ଉନ୍ମଚୋନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବର ର ଉଦ୍ଘାଟନୀ ଦିବସରେ ପୋଲିଟିକାଲ୍ କମେଡି ସୋ -ଦି ଗ୍ରେଟ୍ ଓଡିଶା ପଲିଟିକାଲ ସର୍କସର କଳାକାର ମାନେ ଯୋଗଦେବାକୁ ଥିବା ବେଳେ ,ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱରରୁ ୪ଟି ନୃତ୍ୟ ଅନୁଷ୍ଠାନ ତାଙ୍କର କଳାନୈପୁର୍ଣ୍ଣ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଜାନୁଆରୀ ୩୦ ରେ ଓଲିଉଡ କଣ୍ଠଶିଳ୍ପୀ ସୟଂ ପାଢୀ ଓ ସାଥିଙ୍କ ଦ୍ୱାରା ମେଗା ମେଲୋଡି ନାଇଟ୍ , ଫେବୃୟାରୀ ୦୨ ରେ ଓଲିଉଡର କଣ୍ଠଶିଳ୍ପୀ ଦିପ୍ତିରେଖା ଓ ସାଥିଙ୍କ ଦ୍ୱାରା ମେଗା ମେଲୋଡି ଶୋ , ଜାନୁଆରୀ ୩୧ ରେ କୋଲକାତାର ରତ୍ନାଦତ୍ତା ଡ୍ୟାନ୍ସ ଗୃପ ପକ୍ଷରୁ ସେମି କ୍ଳାସିକାଲ ଓ ମର୍ଡେନ୍ ଡ୍ୟାନ୍ସ, ଫେବୃୟାରୀ ୦୪ରେ ଭୁବନେଶ୍ୱର ବ୍ଳାଙ୍କ୍ ପଇଣ୍ଟ ବେଣ୍ଡ ପକ୍ଷରୁ ମେଲୋଡି ଶୋ ଅନୁଷ୍ଠିତ ହେବ । ଏହା ସହ ଦିଗପହଣ୍ଡି ବିଚିତ୍ରା ବର୍ଣ୍ଣାଳୀ ନାଟ୍ୟ ସଂସଦ ପକ୍ଷରୁ ଫୋଲ୍କ ଡ୍ୟାନ୍ସ,ଘୁଡୁକି,ମାସ୍କ,ତ୍ରିବଲ୍ ଡ୍ୟାନ୍ସ , ବଲାଙ୍ଗୀର ନାଟ୍ୟ ସଂସଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କଟକରୁ ରୋଜ ଟ୍ରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୃପାସିନ୍ଦୁ ମହାନ୍ତିଙ୍କ ଛୋଉ ନୃତ୍ୟ , ପୁରୀରୁ ସାହିଯାତ୍ର,ସମେତ ବିଭିନ୍ନ ଜିଲ୍ଲାର ସଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏହା ସହ ପ୍ରତ୍ୟକ ଦିନର ସାଂସ୍କୃତିକ ସଂନ୍ଦ୍ୟାରେ ରେଶମ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାରମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିବା ମହୋତ୍ସବର ସମ୍ପାଦକ ଗୋପାଳପ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିକୁ ଉଜ୍ଜିିବୀତ ରଖିବା ସହ ଲୁକାହିତ କଳାକାର ମାନଙ୍କୁ ତାର ଖୋଲା ମଂଚରେ ସୁଯୋଗ ଦେଇଥାଏ ବ୍ରହ୍ମପୁର ମହାନଗର ମହୋତ୍ସବ ।

ଅନ୍ୟପଟେ ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି,ବିଭିନ୍ନ ବିଭାଗ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ପକ୍ଷରୁ ୧୨୦ରୁ ଉର୍ଦ୍ଧ ଷ୍ଟଲ୍ । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ହସ୍ତତନ୍ତ,କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୀବଟାର ବ୍ୟବସ୍ଥା କରାଯାଇଛି । ଏହା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାର ଉପଯୋଗୀ ଘରୋଇ ସାମଗ୍ରୀ ଏହି ଷ୍ଟଲ୍ ମାନଙ୍କରେ ପ୍ରଦର୍ଶିତ ହେବ । ଆୟୋଜିତ ଏହି ପ୍ରସ୍ଥୁତି ବୈଠକରେ ମହୋତ୍ସବର ଆବାହକ ଇଂ.ଉମା ଶଙ୍କର ପାଣିଗ୍ରାହୀ,ସଭାପତି ନାରାୟଣ ମହାଙ୍କୁଡ ,ସଂଯୋଜକ ଜଗନ ମହୋନ ମହାପାତ୍ର,ସମୀର ଆଚାର୍ଯ୍ୟ,ଚିରଞ୍ଜୀତ ରାଜଗୁରୁ,ମିହୀର ତ୍ରିପାଠୀ,ଉପ ସଭାପତି ଗୋପାଳ କୃଷ୍ଣ ଡାକୁଆ,କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ଅଭିରାମ ପାତ୍ର, ସୁଦିପ ସାହୁ,ମନ ମହୋନ ପାଢୀ,କୃଷ୍ଣଚନ୍ଦ୍ର ନିଶାଙ୍କ,ସତ୍ୟ ଚେତନ ପରିଡା ,ମିଡିଆ ସେଲ୍ ସଂଯୋଜକ ଅସିତ୍ ପଣ୍ଡା,ପ୍ରଶାନ୍ତ ଦାସ,କାର୍ତ୍ତିକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।