Wednesday, October 14, 2026
Home ଆଞ୍ଚଳିକ ଖଲିକୋଟ ରାଣୀଙ୍କ ବିୟୋଗ ରେ ଧରାକୋଟ ରାଣୀ ନନ୍ଦିନୀ ଦେବୀ ଙ୍କ ଶୋକ ପ୍ରକାଶ

ଖଲିକୋଟ ରାଣୀଙ୍କ ବିୟୋଗ ରେ ଧରାକୋଟ ରାଣୀ ନନ୍ଦିନୀ ଦେବୀ ଙ୍କ ଶୋକ ପ୍ରକାଶ

13

ଧରାକୋଟ ୧୦/୨ : ଗଞ୍ଜାମ ଜିଲ୍ଲାର ଖଲିକୋଟ ରାଜବଂଶ ର ଶେଷ ଦାୟାଦ,ଓଡ଼ିଶା ରାଜନୀତିର ବର୍ଷୀୟାନ ସଫଳ ନାରୀନେତ୍ରୀ ରାଣୀ ମାଁ ସୁଜ୍ଞାନ ଦେବୀ ୮୭ ବର୍ଷ ବୟସରେ ଚେନ୍ନାଇ ଠାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଅବସରରେ ଧରାକୋଟ ରାଜମାତା ତଥା ସାନଖେମୁଣ୍ଡି ର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ ୧୯୩୭ ମସିହାରେ ରାଣୀ ସୁଜ୍ଞାନ ଦେବୀ ଆନ୍ଧ୍ର ପ୍ରଦେଶ ର ମିର୍ଜାପୁର ରାଜା ନୀଳାଦ୍ରି ରାଓ ଓ ରାଣୀ ସାମ୍ରାଜ୍ୟ ଲକ୍ଷ୍ମୀ ଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ। ଖଲିକୋଟ ରାଜା ପୂର୍ଣ୍ଣ ଚନ୍ଦ୍ର ମର୍ଦ୍ଦରାଜ ଙ୍କୁ ବିବାହ ପରେ ୧୯୬୩ ମସିହାରେ ଶଶୁର ରାମଚନ୍ଦ୍ର ମର୍ଦ୍ଦରାଜ ଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ଉପ ନିର୍ବାଚନ ରେ ଜାତୀୟ କଂଗ୍ରେସ ତରଫରୁ ନିର୍ବାଚନ ଲଢି ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ଅଞ୍ଚଳରେ ଉନ୍ନୟନ କାର୍ୟ୍ୟ ସହ ଜନସେବା ଯୋଗୁଁ ସେ ଖଲିକୋଟ ଆସନରୁ ଆଠ ଥର ଏବଂ କବିସୂର୍ୟ୍ୟ ନଗର ଆସନରୁ ଦୁଇଥର ସମୁଦାୟ ଦଶ ଥର ଓଡ଼ିଶା ବିଧାନ ସଭା କୁ ନିର୍ବାଚିତ ହୋଇ ବିରଳ ରେକର୍ଡ ର ଅଧିକାରୀ ହୋଇଥିଲେ । ୧୯୯୬ ମସିହାରେ ଅନୁଷ୍ଠିତ ବ୍ରହ୍ମପୁର ଲୋକସଭା ଉପ ନିର୍ବାଚନ ରେ ପ୍ରଧାନ ମନ୍ତ୍ରୀ ନରସିଂହ ରାଓ ଙ୍କ ବିପକ୍ଷରେ ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ଏହି ନିର୍ବାଚନ ରେ ସେ ସମଗ୍ର ଭାରତ ବର୍ଷର ଦୃଷ୍ଟି ଆକର୍ଷଣ କରିଥିଲେ। ସଂପ୍ରତି ଖଲିକୋଟ ଅଞ୍ଚଳର ଦ୍ରୁତ ବିକାଶ ପଛରେ ରାଣୀ ସୁଜ୍ଞାନ ଦେବୀ ଙ୍କ ଅବଦାନ ଅତୁଳନୀୟ ରହିଥିବା ସ୍ପଷ୍ଟ ବାରି ହୋଇପଡିଛି । ତାଙ୍କର ମୃତ୍ୟୁ ରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।