
ଧରାକୋଟ ,୮/୨ : ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁସଗୁମା ର ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦୁର୍ୟ୍ୟୋଧନ ଦୋରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଯୋଗ ଦେଇଥିବା ବେଳେ ଶିକ୍ଷୟତ୍ରୀ ଅପରାଜିତା ମହାରଣା କାର୍ୟ୍ୟକ୍ରମ ର ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କବାଡି, ଖୋ ଖୋ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଫୁଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଦୀପକ ପରିଡ଼ା ସମସ୍ତ କ୍ରୀଡ଼ା କୁ ସଫଳ ପରିଚାଳନା କରିଥିଲେ। ସିନିଅର ବାଳକ ବିଭାଗରେ ଅଂଶୁମାନ ସ୍ୱାଇଁ ଚମ୍ପିୟାନ,ସିନିଅର ବାଳିକା ବିଭାଗରେ ଅଂଶୁପା ପ୍ରଧାନ ଚମ୍ପିୟାନ,ଜୁନିଅର ବାଳକ ବିଭାଗରେ ଏ ରାଜ ଶେଖର ଶରାବ,ବାଳିକା ବିଭାଗରେ ମିନାକ୍ଷୀ ପାତ୍ର ଚମ୍ପିୟାନ ହୋଇଥିଲେ। ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।



